ଯାଜପୁର:ଯାଜପୁର ରୋଡ ଅବକାରୀ ବିଭାଗ ପକ୍ଷରୁ ରଗଡି ଛକରେ ଚଢ଼ାଉ । ୮୦ ଲିଟର ଦେଶୀ ମଦ ସହ ଗୋଟିଏ ବାଇକ ଜବତ। ଦୁଇ ଅଭିଯୁକ୍ତଙ୍କ ଗିରଫ ବୋଲି ଯାଜପୁର ରୋଡ ଅବକାରୀ ବିଭାଗର ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।
ଅବକାରୀ ବିଭାଗର ଚଢ଼ାଉ, 2 ଅଭିଯୁକ୍ତ ଗିରଫ ସୂଚନା ମୁତାବକ ମଙ୍ଗଳବାର ଏକ ବାଇକରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ବରଙ୍ଗା ଆଡୁ ଦୁଇ ଜଣ ବ୍ୟକ୍ତି ଦେଶୀ ମଦ ଆଣୁଥିବା ଅବକାରୀ ବିଭାଗ ପକ୍ଷରୁ କୌଣସି ଏକ ସୂତ୍ରରୁ ଖବର ପାଇଥିଲେ । ଏଥିସହିତ ଏହି ଦୁଇ ମଦ ବେପାରୀଙ୍କୁ ଧରିବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ଅଧିକାରୀଙ୍କ ନେତୃତ୍ବରେ କର୍ମଚାରୀମାନେ ରଗଡି ଛକରେ ଲୁଚିକି ବସିଥିଲେ ।
ଠିକ ଏହି ସମୟରେ ବରଙ୍ଗା ଅଞ୍ଚଳର ଜୁଝର ମାଝୀ ଓ ବାବୁଲି ମାଝୀ ଗୋଟେ ବାଇକରେ ମଦ ନେଇକି ଆସୁଥିଲେ। ଏହି ଦୁଇ ବ୍ୟକ୍ତି ମଦ ନେଇକି ଆସୁଥିବା ଦେଖି ଅବକାରୀ ବିଭାଗ ଅଧିକାରୀ ପ୍ରଶାନ୍ତ ମହାନ୍ତି ଓ ତାଙ୍କ କର୍ମଚାରୀମାନେ ଦୁଇଜଣଙ୍କୁ କାବୁ କରିନେଇଥିଲେ । ଗିରଫ ପରେ ଯାଜପୁର ରୋଡସ୍ଥିତ ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଦୁଇଜଣଙ୍କୁ ନିଆଯାଇଥିଲା।
ତଦନ୍ତ ପରେ ପାଖରେ ୮୦ ଲିଟର ଦେଶୀ ମଦ ରଖିଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ପ୍ରଶାନ୍ତ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ