ଯାଜପୁର: ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଜବର ଦଖଲ ଉଚ୍ଛେଦ ପକ୍ରିୟା । ଜାରକା ବଜାରରେ ଶନିବାର ଜବରଦଖଲକୁ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ପକ୍ରିୟା ଦୁଇ ଦିନ ଧରି ଚାଲିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଆକ୍ସନ ମୋଡରେ ପ୍ରଶାସନ, ଜାରକାରେ ଜବରଦଖଲ ଉଚ୍ଛେଦ ଆରମ୍ଭ
ଯାଜପୁର ଜିଲ୍ଳାର ଜାରକା ବଜାରରେ ଶନିବାର ବେଆଇନ ନିର୍ମାଣକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଏହି ଜବର ଦଖଲ ଉଚ୍ଛେଦ ପକ୍ରିୟା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ।
ଫଟୋ ସୌଜନ୍ୟ: ସମ୍ବାଦାଦାତା, ଯାଜପୁର
ଜିଲ୍ଲାର ଜାରକା ଏକ ପ୍ରମୁଖ ସ୍ଥଳ । ଏହି ବଜାର ଦେଇ ଯାଇଛି ଜାତୀୟ ରାଜପଥ । ରାସ୍ତା କଡରେ ଜବର ଦଖଲ ଯୋଗୁଁ ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ ଲୋକେ । ବାରମ୍ବାର ଜବର ଦଖଲ ଉଚ୍ଛେଦ ନେଇ ଦାବି ହୋଇଆସୁଥିଲା । ଶେଷରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ