ଯାଜପୁର: ରାଜ୍ୟରେ ଚାଳିଛି ବିଧାନସଭା ସହ ଲୋକସଭା ନିର୍ବାଚନ । ବର୍ତ୍ତମାନ ଯାଏ ସଂପନ୍ନ ହୋଇଛି ୩ଟି ପର୍ଯ୍ୟାୟ ମତଦାନ । ଚତୁର୍ଥ ପର୍ଯ୍ୟାୟରେ ଶେଷ ହେବ ରାଜ୍ୟରେ ନିର୍ବାଚନ । ଅନ୍ୟପକ୍ଷେ ୫ଟି ପ୍ରଶ୍ନ କାର୍ଯ୍ୟକ୍ରମ ଅନ୍ତର୍ଗତ ଇଟିଭି ଭାରତ ଟିମ ନେତାଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟକୁ ନେଇ ପଚାରୁଛନ୍ତି ୫ଟି ପ୍ରଶ୍ନ । ଏହି କ୍ରମରେ ଆଜି(ବୁଧବାର) 5ଟି ପ୍ରଶ୍ନ କାର୍ଯ୍ୟକ୍ରମରେ କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ରାଜ୍ୟ ସମ୍ପାଦକ ତଥା କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅଶୋକ ବଳଙ୍କୁ ପଚରା ଯାଇଛି ୫ଟି ପ୍ରଶ୍ନ ।
ନବୀନ ସରକାରଙ୍କ ସୁଶାସନକୁ ନେଇ ବିଜେଡି ଜନସାଧାରଣ ସହ ଜଡିତ ରହିଥିବା ବେଳେ କୋରେଇର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହା ଛଡା କୋରେଇ ନିର୍ବାଚନ ମଣ୍ଡଳୀରେ ବହୁ ବିକାଶ ହୋଇଥିବା ବେଳେ ଏହି ବିକାଶ ଧାରାକୁ ଆଗେଇ ନେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ବଳ କହିଛନ୍ତି ।