ଓଡିଶା

odisha

ETV Bharat / state

ଟ୍ରାଙ୍କୁଲାଇଜ ହେଲା ନରହନ୍ତା ଦନ୍ତା, ଆଶ୍ବସ୍ତ ଲୋକେ - jajpur elephant news

ପ୍ରାୟ 10 ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତାକୁ ଜିଲ୍ଲାର ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରେ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି ବନବିଭାଗ । ଏହା ପରେ ଏହି ହାତୀକୁ କଟକ ଡାଳିଯୋଡା ରେଞ୍ଜ ଅଧିନସ୍ଥ କୁସୁନପୁର ଜଙ୍ଗଲକୁ ନିଆଯାଇଛି । ଅଧିକ ପଢନ୍ତୁ...

elephant tranquilized in jajpur
ଟ୍ରାଙ୍କୁଲାଇଜ ହେଲା ନରହନ୍ତା ଦନ୍ତା

By

Published : Jan 28, 2020, 12:03 PM IST

ଯାଜପୁର: ପ୍ରାୟ 10 ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତାକୁ ଜିଲ୍ଲାର ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରେ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି ବନବିଭାଗ । ଏହା ପରେ ଏହି ହାତୀକୁ କଟକ ଡାଳିଯୋଡା ରେଞ୍ଜ ଅଧିନସ୍ଥ କୁସୁନପୁର ଜଙ୍ଗଲକୁ ନିଆଯାଇଛି । କଡା ସୁରକ୍ଷା ସହ ହାତୀର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାକୁ ସ୍ଥାନାନ୍ତର କରାଯାଇଛି । ହାତୀକୁ କାବୁ କରିବା ପରେ ଗତକାଲି ଠାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଛି । ହାତୀ ଆଜି ସ୍ଥାନାନ୍ତର ହେବା ପରେ ସ୍ଥାନୀୟ ଅଞ୍ଚଳ ବାସୀ ଆଶ୍ବସ୍ତ ହୋଇଛନ୍ତି ।

ଟ୍ରାଙ୍କୁଲାଇଜ ହେଲା ନରହନ୍ତା ଦନ୍ତା

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details