ଓଡିଶା

odisha

Panchayat Violence: ପୁଣି ମତଦାନବେଳେ ଉତ୍ତେଜନା

By

Published : Feb 22, 2022, 4:02 PM IST

ସୁକିନ୍ଦା ବ୍ଲକ ସଂସାଇଲ ପଞ୍ଚାୟତରେ ନିର୍ବାଚନ ମତଦାନବେଳେ ଉତ୍ତେଜନା । ଅଧିକ ପଢ଼ନ୍ତୁ

election violence in jajpur
panchayat violence: ପୁଣି ମତଦାନ ବେଳେ ଉତ୍ତେଜନା

ଯାଜପୁର: ସୁକିନ୍ଦା ବ୍ଲକ ସଂସାଇଲ ପଞ୍ଚାୟତରେ ନିର୍ବାଚନ ମତଦାନବେଳେ ଉତ୍ତେଜନା । ଗ୍ରାମରେ ସରପଞ୍ଚ ପଦବୀ ପାଇଁ 5ଜଣ ପ୍ରାର୍ଥୀ ଥିବାବେଳେ କେବଳ ତିନୋଟି ଚିହ୍ନରେ ଲୋକଙ୍କୁ ଭୋଟ ଦେବାପାଇଁ ପ୍ରିଜାଇଡିଂ ଅଧିକାରୀ ବାଧ୍ୟ କରୁଥିବା ଅଭିଯୋଗ ରହିଛି। ଯାହାଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

panchayat violence: ପୁଣି ମତଦାନ ବେଳେ ଉତ୍ତେଜନା

ସଂସାଇଲ ପଞ୍ଚାୟତର ୧୧ନଂ ବୁଥରେ ଏଭଳି ଉତ୍ତେଜନା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ମତଦାନ ପ୍ରକ୍ରିୟା ସ୍ବାଭାବିକ ହୋଇଥିବା ଜଣାପଡ଼ିଛି । ସେପଟେ ଆଜି ଜିଲ୍ଲାର ସୁକିନ୍ଦା ଏବଂ ଦାନଗଦି ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ହୋଇଥିଲା। ନିର୍ବାଚନ ବେଳେ ହିଂସା ଘଟାଇବା ଘଟଣାରେ ସମ୍ପୃକ୍ତ ଥିବା 56ଜଣ ଲୋକଙ୍କୁ ଗତକାଲି ଏକକାଳୀନ ଭାବେ ଗିରଫ କରାଯାଇଛି ।

ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୯୮ଜଣ ଲୋକଙ୍କୁ ଗିରଫ କରାଯାଇଯାଇଛି । ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତକୁ ମିଶାଇ ଆଜି ସୁଦ୍ଧା 12ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ଯାଜପୁର ଏସ୍ପି ରାହୁଲ ପିଆର ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details