ଓଡିଶା

odisha

ETV Bharat / state

ପରିଣତ ବୟସରେ ପରିବାର ବୋଝ, ରୋଗାଗ୍ରସ୍ତ 2 ପୁଅଙ୍କ ନେଇ ବଞ୍ଚିବା ପାଇଁ ଚାଲିଛି ବୃଦ୍ଧାଙ୍କ ସଂଘର୍ଷ - ବଞ୍ଚିବା ପାଇଁ ଚାଲିଛି ସଂଘର୍ଷ

ଦୁଇ ପୁଅଙ୍କ ସହ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଅସହାୟ ବୃଦ୍ଧା । କମ ବୟସରେ ତାଙ୍କର ୨ ପୁଅ ମସ୍ତିଷ୍କ ରୋଗରେ ପୀଡିତ । ଅଭାବ ଅନାଟନ ଭିତରେ ସଂଘର୍ଷମୟ ଜୀବନ କାଟୁଥିବା ବୃଦ୍ଧା ଜଣକ ସରକାରୀ ସହାୟତା ଲୋଡିଛନ୍ତି ।

old woman seeks help
ସହାୟତା ଆଶାରେ ଅସହାୟ ବୃଦ୍ଧା

By ETV Bharat Odisha Team

Published : Nov 16, 2023, 7:14 PM IST

ସହାୟତା ଆଶାରେ ଅସହାୟ ବୃଦ୍ଧା

ଯାଜପୁର:ବୟସର ଅପରାହ୍ନରେ ଘାରିଛି ପରିବାର ପ୍ରତିପୋଷଣ ଚିନ୍ତା । ଦୁଇ ପୁଅଙ୍କ ସହ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଅସହାୟ ବୃଦ୍ଧା ।ସବୁ ବାପା ମାଆଙ୍କ ଆଶା ଥାଏ ପୁଅଟିଏ ହେଲେ ବୃଦ୍ଧ ବୟସରେ ସାହାରା ସାଜିବ । ହେଲେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ତେଲିବାହାଳୀ ଗାଁରେ ରହୁଥିବା ଏକ ପରିବାର ପାଇଁ ଏହା ସ୍ବପ୍ନ ପାଲଟିଛି । ଜଣେ ବୃଦ୍ଧାଙ୍କର ୨ଟି ପୁଅ ଥିବାବେଳେ କମ ବୟସରେ ଉଭୟ ମସ୍ତିଷ୍କ ରୋଗରେ ପୀଡିତ । ଗତ କିଛିଦିନ ତଳେ ରୋଗଗ୍ରସ୍ତ ହୋଇ ଆରପାରିକୁ ଚାଲିଗଲେ ଵୃଦ୍ଧାଙ୍କ ସ୍ୱାମୀ । ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ପୁଅଙ୍କୁ ମୁହଁରେ ମୁଠାଏ ଆହାର ଯୋଗାଇବା ପାଇଁ ବହୁ ସଂଘର୍ଷ କରୁଛନ୍ତି ବୃଦ୍ଧା । ଅଭାବ ଅନାଟନ ଭିତରେ ସେ ସଂଘର୍ଷମୟ ଜୀବନ କାଟୁଛନ୍ତି ।

ତେଲିବାହାଳୀ ଗାଁରେ ରହୁଛନ୍ତି ଭାଗିରଥୀଙ୍କ ସ୍ତ୍ରୀ ବିଲେଇ ନାୟକ, ବଡ଼ ପୁଅ ଲକ୍ଷ୍ମୀଧର ନାୟକ ଓ ସାନ ପୁଅ ନିମେଇଁ ନାୟକ । ଭାଗିରଥୀ ସ୍ଥାନୀୟ ଅଞ୍ଚଳରେ ମୂଲମଜୁରୀ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ହଠାତ୍‌ ଭାଗିରଥୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡିଛି । ପଡୋଶୀଙ୍କ ଘରୁ ମାଗି ଯାଚି ଆଣି ସେ ପରିବାର ଚଳାଉଛନ୍ତି । ଏଭଳି ସ୍ଥିତିରେ ଏହି ପରିବାରକୁ ସହଯୋଗର ହାତ ବଢାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହା ବି ପଢନ୍ତୁ...ବିଛଣାରେ ରୋଜଗାରିଆ ପୁଅ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଏହା ବି ପଢନ୍ତୁ...ବଞ୍ଚିବା ପାଇଁ ଏକା ଲଢ଼ୁଛି ବୋହୁ, ମାଗୁଛି ସହାୟତା

ଅସହାୟ ଲୋକଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ସରକାର ଏବେ ମାଳମାଳ ଯୋଜନା କରୁଛନ୍ତି । ମାତ୍ର କିଛି ସରକାରୀ ଅଧିକାରୀଙ୍କ ପାଇଁ ଏହି ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଅସହାୟ ବୃଦ୍ଧା ବିଲେଇ ନାୟକଙ୍କ ପରିବାର କ୍ଷେତ୍ରରେ ଏହାର ଉଦାହରଣ ଦେଖିବାକୁ ମିଳିଛି । ଏହି ପରିବାର ନିକଟରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ଭଙ୍ଗା ଦଦରା ପାଲ ଟାଣି ଘରେ ରହୁଛନ୍ତି ଵୃଦ୍ଧା ବିଲେଇ ନାୟକ ଓ ତାଙ୍କ ଦୁଇ ପୁଅ । ସେପଟେ ବିଧବା ଭତ୍ତା ଏବଂ ଆବାସ ଘର ବି ମିଳିନାହିଁ । ସେପଟେ ଏହି ଘଟଣା ସମ୍ପର୍କରେ ଦାନଗଦି ବିଡିଓ ସାରଦା ପ୍ରସନ୍ନ ପଣ୍ଡା କହିଛନ୍ତି, "ଏଭଳି ଖବର ପୂର୍ବରୁ ଆମ ନିକଟକୁ ଆସିନାହିଁ । ଏକ ଟିମ୍ ପଠାଯାଇ ଏହି ଘଟଣାର ତଦନ୍ତ କରାଯିବ । ତଦନ୍ତ ପରେ ଆବଶ୍ୟକ ଅନୁଯାୟୀ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ।"

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details