ଓଡିଶା

odisha

ଧଉଳୀ ଏକ୍ସପ୍ରେସ ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

By

Published : Jan 20, 2022, 6:58 AM IST

ଯାଜପୁର ରୋଡ ରେଳ ଷ୍ଟେସନ ଯୋଡ଼ାବାର ବ୍ରିଜ ନିକଟରେ ଧଉଳୀ ଏକ୍ସପ୍ରେସ ଧକ୍କାରେ ଅଜଣା ବୃଦ୍ଧଙ୍କର ମୃତ୍ୟୁ। ଆଜି ଅପରାହ୍ନରେ ବୃଦ୍ଧ ଜଣକ ଯୋଡ଼ାବର ବ୍ରିଜ ନିକଟରେ ଟ୍ରେନ ଲାଇନ ପାର ହେଉଥିଲେ । ଅଧିକ ପଢନ୍ତୁ

old man killed in express train crash in jodabara in jajpur road
ଧଉଳୀ ଏକ୍ସପ୍ରେସ ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

ଯାଜପୁର: ଯାଜପୁର ରୋଡ ରେଳ ଷ୍ଟେସନ ଯୋଡ଼ାବାର ବ୍ରିଜ ନିକଟରେ ଧଉଳୀ ଏକ୍ସପ୍ରେସ ଧକ୍କାରେ ଅଜଣା ବୃଦ୍ଧଙ୍କର ମୃତ୍ୟୁ । ଆଜି ଅପରାହ୍ନରେ ବୃଦ୍ଧ ଜଣକ ଯୋଡ଼ାବର ବ୍ରିଜ ନିକଟରେ ଟ୍ରେନ ଲାଇନ ପାର ହେଉଥିଲେ । ହଠାତ୍ ଏହି ସମୟରେ ଜଖପୁରା ଆଡୁ ଧଉଳୀ ଏକ୍ସପ୍ରେସ ଆସି ବୃଦ୍ଧଙ୍କୁ ଧକ୍କା ଦେଇଥିଲା ।

ଫଳରେ ବୃଦ୍ଧ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ତେବେ ବୃଦ୍ଧଙ୍କ ପରିଚୟ ମିଳି ପାରି ନାହିଁ । ଖବର ପାଇ ଯାଜପୁର ରୋଡ ଜିଆରପି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି ।

ଏହା ସହିତ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । କେସ ନମ୍ବର ୨/୨୨ ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ଜିଆରପି କର୍ମଚାରୀ ରହେମାନ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details