ଓଡିଶା

odisha

ETV Bharat / state

ଯାଜପୁରରେ କୋରୋନା କଟକଣା: ଫିକା ପଡିଲା ଇଦ୍‌- ଉଲ- ଜୁହା

କୋରୋନା ଯୋଗୁଁ ଜିଲ୍ଲାରେ ଫିକା ପଡିଲା ଇଦ୍‌- ଉଲ- ଜୁହାର ମାହୋଲ । ଜିଲ୍ଲାରେ ସମସ୍ତ ମସଜିଦ ଓ ଇଦଗାହ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାରୁ ସମୁହ ନମାଜ ପାଠକୁ ବନ୍ଦ କରାଯାଇଛି ।

By

Published : Aug 1, 2020, 3:54 PM IST

Updated : Aug 1, 2020, 4:05 PM IST

ଯାଜପୁରରେ କୋରୋନା କଟକଣା: ଫିକା ପଡିଲା ଇଦ୍‌- ଉଲ- ଜୁହା ପର୍ବ
ଯାଜପୁରରେ କୋରୋନା କଟକଣା: ଫିକା ପଡିଲା ଇଦ୍‌- ଉଲ- ଜୁହା ପର୍ବ

ଯାଜପୁର: କୋରୋନା ଯୋଗୁଁ ଜିଲ୍ଲାରେ ଫିକା ପଡିଲା ଇଦ୍‌- ଉଲ- ଜୁହାର ମାହୋଲ । ଜିଲ୍ଲାରେ ସମସ୍ତ ମସଜିଦ ଓ ଇଦଗାହ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାରୁ ସମୁହ ନମାଜ ପାଠକୁ ବନ୍ଦ କରାଯାଇଛି । କୋରୋନାର ଭୟ ରହୁଥିବାରୁ ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଏପରି ନିଷ୍ପତି ନେଇଥିବାରୁ ଆଜି (ଶନିବାର)ମୁସଲମାନ ଧର୍ମାବଲମ୍ବୀମାନେ ନିଜ ନିଜ ଘରେ ନମାଜ ପାଠ କରିଥିଲେ ।

ଯାଜପୁରରେ କୋରୋନା କଟକଣା: ଫିକା ପଡିଲା ଇଦ୍‌- ଉଲ- ଜୁହା

ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିଷ୍ପତିକୁ ସ୍ବାଗତ କରିଛନ୍ତି ସମସ୍ତେ । ଚଳିତ ବର୍ଷ ନହେଲା ନାହିଁ ଆଗାମୀ ବର୍ଷ ଏହି ପର୍ବକୁ ଧୁମଧାମରେ ପାଳନ କରାଯିବ ବୋଲି କହିଛନ୍ତି । ମସଜିଦ ଅଞ୍ଚଳରେ ୧୪୪ ଧାରା ଜାରି ରହିଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Aug 1, 2020, 4:05 PM IST

ABOUT THE AUTHOR

...view details