ଯାଜପୁର: ସାମୁଦ୍ରିକ ବାତ୍ୟା ଅମ୍ଫାନର ପ୍ରଭାବ ଯାଜପୁରରେ ମଧ୍ୟ ଅନୁଭୂତ ହୋଇଛି । ମଙ୍ଗଳବାର (ଗତକାଲି) ରାତିଠାରୁ ବିଭିନ୍ନ ସ୍ଥାନରେ ବର୍ଷା ପବନ ଲାଗି ରହିଥିବା ବେଳେ ଆଜି ପୂର୍ବାହ୍ନଠାରୁ ପବନର ବେଗ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ଦଶରଥପୁର, ବଡଚଣା, ବରୀ, ବିଂଝାରପୁର ପ୍ରଭୃତି ଅଞ୍ଚଳରେ ପବନର ଘଣ୍ଟା ପ୍ରତି ବେଗ ୩୦ରୁ ୪୦କିମି ଥିବା ଅନୁମାନ କରାଯାଉଛି । ଫଳରେ କେତେକ ସ୍ଥାନରେ ଗଛ ଉପୁଡି ପଡିଯାଇଥିବା ବେଳେ କେତେକ ସ୍ଥାନରେ ଘରର ଛପର ଉଡିଯାଇଥିବା ଲକ୍ଷ୍ୟ କରାଯାଇଛି ।
ଯାଜପୁରରେ ଗର୍ଜୁଛି ଅମ୍ଫାନ, ଉପୁଡ଼ିଲାଣି ବହୁ ସଂଖ୍ୟାରେ ଗଛ - ଅମ୍ଫାନ ଅପଡେଟ୍
ମଙ୍ଗଳବାର(ଗତକାଲି) ରାତିଠାରୁ ବିଭିନ୍ନ ସ୍ଥାନରେ ବର୍ଷା ପବନ ଲାଗି ରହିଥିବା ବେଳେ ଆଜି ପୂର୍ବାହ୍ନଠାରୁ ପବନର ବେଗ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।
ଯାଜପୁରରେ ଗର୍ଜୁଛି ଅମ୍ଫାନ, ଉପୁଡ଼ିଲାଣି ବହୁ ସଂଖ୍ୟାରେ ଗଛ
ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବିଭାଗ ସହାୟତାରେ ରାସ୍ତାରେ ଉପୁଡି ପଡିଥିବା ଗଛକୁ କଟାଯାଇ ରାସ୍ତା ସଫା କରାଯାଉଛି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କ ସମେତ ସମସ୍ତ ତହସିଲଦାର ଓ ବିଡିଓ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ତଳିଆ ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ