ଓଡିଶା

odisha

ETV Bharat / state

ବିରିପଟା ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଇଷ୍ଟକୋଷ୍ଟ ରେଲୱେ ଚାମ୍ପିୟନ - ଯାଜପୁର ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଦଶରଥପୁର ବ୍ଲକ ବିରିପଟାରେ ଚାଲିଥିବା ମନ୍ମଥ ଧଳ ସ୍କାରକୀ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଫାଇନାଲ ମୁକାବିଲାରେ ଇଷ୍ଟ କୋଷ୍ଟ ରେଲୱେ, କିଟ୍କୁ ହରାଇ ଚାମ୍ପିୟନ ହୋଇଛି । ଅଧିକ ପଢନ୍ତୁ

East Cost Railways beat KIIT to become champion of Jajpur volleyball tournament
ବିରିପଟା ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

By

Published : Mar 15, 2022, 7:02 PM IST

ଯାଜପୁର: ସ୍ଥାନୀୟ ଦଶରଥପୁର ବ୍ଲକ ବିରିପଟାରେ ଚାଲିଥିବା ମନ୍ମଥ ଧଳ ସ୍କାରକୀ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଫାଇନାଲ ମୁକାବିଲା ଇଷ୍ଟ କୋଷ୍ଟ ରେଳବାଇ ଓ କିଟ୍ ମଧ୍ୟ ଖେଳାଯାଇଥିଲା । ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଇଷ୍ଟ କୋଷ୍ଟ କିଟ୍‌କୁ ପରାସ୍ତ କରି ଚଳିତ ବର୍ଷ ଚାମ୍ପିୟନ ହୋଇଛି ।

ବିରିପଟା ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଇଷ୍ଟକୋଷ୍ଟ ରେଲୱେ ଚାମ୍ପିୟନ

ବିରିପଟା ଆଞ୍ଚଳିକ ଭଲିବଲ୍ ପ୍ରଶିକ୍ଷଣ ଅନୁଷ୍ଠାନ ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦ ଯୋଗ ଦେଇ ଗ୍ରାମାଞ୍ଚଳରେ ଏଭଳି ରାଜ୍ୟସ୍ତରୀୟ ଆୟୋଜନ ନେଇ ଖୁସି ବ୍ୟକ୍ତ କରିଥିଲେ । ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ଟିମକୁ ଟ୍ରଫି ସହିତ ନଗଦ ୨୦ ହଜାର ଟଙ୍କା ପୁରସ୍କାର ଅର୍ଥ ରାଶି ଓ ରନର୍ସଅପ୍‌ ଟିମକୁ ଟ୍ରଫି ସହିତ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ତୃତୀୟ ସ୍ଥାନରେ ଥିବା ଟିମକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

ଫାଇନାଲ ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟର ବଛା ବଛା ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଲିଗ୍‌ ପର୍ଯ୍ୟାୟର ପ୍ରତିଟି ମ୍ୟାଚ ବେଶ ରୋମାଞ୍ଚକର ହୋଇଥିଲା । ଏଥିସହିତ ପ୍ରଥମେ ମହିଳା ବିଭାଗର ଏକ ପ୍ରଦର୍ଶନୀ ମ୍ୟାଚ ଖେଳାଯାଇଥିଲା । ଏଥିରେ କିଟ୍ ଭୁବନେଶ୍ବର ଟିମ କଟକକୁ ପରାସ୍ତ କରି ବିଜୟୀ ହୋଇଥିଲା ।

ଏହି ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଧାବିକା ଦୂତି ଚାନ୍ଦ, ଅଲ ଓଡିଶା ଭଲିବଲ ଆସୋସିଏସନର ସଂପାଦକ ଗଗନେନ୍ଦୁ ଦାସ ଯୋଗ ଦେଇ ଗ୍ରାମାଞ୍ଚଳରେ ଭଲି ବଲ ଖେଳର ପ୍ରଚାର ଓ ପ୍ରସାର ପାଇଁ ହୋଇଥିବା ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details