ଯାଜପୁର: ଜିଲ୍ଲା ଗସ୍ତରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ପର୍ଯ୍ୟଟନ ମନ୍ତ୍ରୀ ଜିଲ୍ଲାକୁ ପହଞ୍ଚି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ସେଗୁଡିକୁ ବୁଲି ଦେଖିଛନ୍ତି । ଯାଜପୁର କଳା ଓ ସଂସ୍କୃତିର ସହର ହୋଇଥିବାରୁ ଏଠାର ଏକ ନାଟ୍ୟ ମଣ୍ଡପ କରାଯିବା ଯାଇଁ ଜିଲ୍ଲା ପ୍ରଶାସନକୁ ଜମି ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଯାଜପୁର ଗସ୍ତରେ ପର୍ଯ୍ୟଟନ ମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା - Minister of Tourism reviewed various projects
ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯାଜପୁର ଜିଲ୍ଲା ଗସ୍ତ କରି ନାଟ୍ୟ ମଣ୍ଡପ କରାଯିବା ଯାଇଁ ଜିଲ୍ଲା ପ୍ରଶାସନକୁ ଜମି ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବିଭିନ୍ନ ସମୀକ୍ଷା ମଧ୍ୟ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ଯାଜପୁର ଗସ୍ତରେ ପର୍ଯ୍ୟଟନ ମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା ଯାଜପୁର ଗସ୍ତରେ ପର୍ଯ୍ୟଟନମନ୍ତ୍ର, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା](https://etvbharatimages.akamaized.net/etvbharat/prod-images/768-512-7515605-484-7515605-1591527017186.jpg)
ଯାଜପୁର ଗସ୍ତରେ ପର୍ଯ୍ୟଟନମନ୍ତ୍ର, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା
ଯାଜପୁର ଗସ୍ତରେ ପର୍ଯ୍ୟଟନ ମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା
ମନ୍ତ୍ରୀ ଯାଜପୁର ସହରରେ ନିର୍ମାଣ ଚାଲିଥିବା ବିରଜା ପାନ୍ଥଶାଳା, ବାରୁଣୀ ମହାଶ୍ମଶାନ, ବୈତରଣୀ ଘାଟ, ଦଶାଶ୍ବମେଧ ଘାଟ, ବରାହ ମନ୍ଦିର, ପର୍ଯ୍ୟଟନ ସଂଗ୍ରହାଳୟ ସହ ଅନ୍ୟାନ୍ୟ ନିର୍ମାଣଧୀନ ପ୍ରକଳ୍ପ ବୁଲି ଦେଖିଥିଲେ । ଜିଲ୍ଲାରେ ଚାଲିଥିବା ପର୍ଯ୍ୟଟନସ୍ଥଳୀ ଗୁଡିକର କାର୍ଯ୍ୟ ଖୁବଶୀଘ୍ର ଶେଷ କରି ଲୋକଙ୍କ ସେବାରେ ଲଗାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବ୍ୟାସନଗର ସ୍ଥିତ ବ୍ୟାସ ସରୋବରର ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ମଧ୍ୟ ମନ୍ତ୍ରୀ ସବୁଜ ସଙ୍କେତ ପ୍ରଦାନ କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ
Last Updated : Jun 7, 2020, 5:03 PM IST