ଓଡିଶା

odisha

ETV Bharat / state

କଳାବଜାରୀକୁ ରୋକିବାକୁ ଔଷଧ ଦୋକାନରେ ରେଡ୍‌ - ବ୍ୟାସନଗର ପୌରପରିଷଦ

ଯାଜପୁର ରୋଡ ବ୍ୟାସନଗର ପୌରପରିଷଦର ବିଭିନ୍ନ ଔଷଦ ଦୋକାନ ଉପରେ ଚଢ଼ାଉ କରିଥିଲେ ଡ୍ରଗ୍ସ ଇନ୍ସପେକ୍ଟର ହରପ୍ରିୟା ମଲ୍ଲିକ । କରୋନା ସମୟରେ ମେଡ଼ିସିନର କଳାବଜାରୀ ଉପରେ ରୋକ ଲଗେଇବା ଏହି ଚଢାଉ କରାଯାଇଥିଲା । ଅଧିକ ପଢନ୍ତୁ...

ଔଷଧ ଦୋକା ଉପରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଚଢ଼ାଉ
ଔଷଧ ଦୋକା ଉପରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଚଢ଼ାଉ

By

Published : Apr 23, 2021, 6:44 AM IST

ଯାଜପୁର: କୋରୋନା ସମୟରେ ମେଡ଼ିସିନର କଳାବଜାରୀ ଉପରେ ରୋକ ଲଗେଇବା ପାଇଁ ଆକ୍ସନ ମୁଡରେ ଯାଜପୁର ରୋଡ ଡ୍ରଗ୍ସ ଇନ୍ସପେକ୍ଟର ହରପ୍ରିୟା ମଲ୍ଲିକ । ଏନେଇ ଡ୍ରଗ୍ସ ଇନ୍ସପେକ୍ଟର ହରପ୍ରିୟା ମଲ୍ଲିକ ଓ ଯାଜପୁର ରୋଡ ପୋଲିସର ମିଳିତ ସହଯୋଗରେ ବ୍ୟାସନଗର ପୌରପରିଷଦ ଭିତରେ ଥିବା ବିଭିନ୍ନ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା ।

ଚଢ଼ାଉ ସମୟରେ ମୁଖ୍ୟତଃ ମେଡ଼ିସିନ ଷ୍ଟୋରରେ ଷ୍ଟକ ଅନୁଯାୟୀ ମେଡ଼ିସିନ ଅଛି କି ନାହିଁ ଏବଂ ମେଡ଼ିସିନ ଷ୍ଟୋରରେ ବେଆଇନ ଔଷଧ ଆଦି ଚେକିଂ କରିଥିଲେ ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀମତୀ ମଲ୍ଲିକ। ବ୍ୟାସନଗର ପୌରପରିଷଦର ମୁଖ୍ୟତଃ ବସଷ୍ଟାଣ୍ଡ, ଦଳା ଓ ଗୋପବନ୍ଧୁ ଛକରେ ଥିବା ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା। ତେବେ ସୂଚନା ମୁତାବକ ସମସ୍ତ ଔଷଧ ଦୋକାନର ଷ୍ଟକ ଅନୁଯାୟୀ ମାଲ୍ ଥିବା ଜଣାପଡ଼ିଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details