ଯାଜପୁର: ଡୋଲିପୁର ସ୍କୁଲ ନିକଟସ୍ଥ ମେଟୁଆଣି ପୋଖରୀରେ ବୁଡି ଯୁବକ ମୃତ । ଗାଧୋଇ ଯାଇଥିବାବେଳେ ଯୁବକଙ୍କ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ ।
କିଛି ସମୟ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ପତା ମିଳିନଥିଲା। ଦମକଳ ବାହିନୀଙ୍କୁ ଖବର ଦେବାପରେ ଖୋଜିବାର 30 ମିନିଟ ପରେ ଯୁବକକୁ ଉଦ୍ଧାର କରି ଯାଜପୁର ରୋଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକର ନାମ ମଦନ ସାହୁ। ସେ ଡୋଲିପୁର ଅଂଚଳରେ ବାସ କରନ୍ତି ।