ଯାଜପୁର: କୋରେଇ ବ୍ଳକ ସାଦକପୁର ପଞ୍ଚାୟତ ସୁବେଦାର ମହଲ୍ଲୀ ସାହିବସ୍ତିରେ ଅଭାବନୀୟ ଘଟଣା । ପୋଖରୀରେ ବୁଡି ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ମଙ୍ଗୁଲୁ ମୁଣ୍ଡା ପାଣିକୋଇଲି ଥାନା ବେଙ୍ଗସାହି ଅଞ୍ଚଳର ବୋଲି ଜଣାପଡିଛି ।
ସୂଚନା ମୁତାବକ କୌଣସି ଏକ କାମରେ ମଙ୍ଗୁଲୁ ପୋଖରୀ ବାଟ ଦେଇ ଯାଉଥିବା ସମୟରେ ଗୋଡ଼ ଖସିଯାଇ ପୋଖରୀରେ ପଡି ଯାଇଥିଲେ । ତେବେ ସ୍ଥାନୀୟ ଲୋକ ଉଦ୍ଧାର କରିବାକୁ ଲାଗିଥିଲେ ବି ଉଦ୍ଧାର କରିବାରେ ବିଫଳ ହୋଇଥିଲେ ଗ୍ରାମବାସୀ । ଶେଷରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନୀଶମ ବିଭାଗର କର୍ମଚାରୀ ଦୀର୍ଘ ସମୟ ଚେଷ୍ଟା କରି ମଧ୍ୟ ମୃତ ଯୁବକଙ୍କୁ ଖୋଜି ପାଇନଥିଲେ ।