ଓଡିଶା

odisha

ETV Bharat / state

ଯୌତୁକ ନିର୍ଯାତନା ଦେଇ ମହିଳାଙ୍କୁ ହତ୍ୟା ଅଭିଯୋଗ

ଯୌତୁକ ନିର୍ଯାତନା ଯୋଗୁଁ ମହିଳାଙ୍କୁ ହତ୍ୟା ଅଭିଯୋଗ । ଯାଜପୁର ବରୀ ଅଞ୍ଚଳର ଘଟଣା । ଅଧିକ ପଢନ୍ତୁ...

By

Published : Jan 21, 2020, 6:57 PM IST

dowry death in jajpur
ପ୍ରତିକାତ୍ମକ ଫଟୋ

ଯାଜପୁର: ବରୀ ଥାନା ଅନ୍ତର୍ଗତ ଶଙ୍କରାକୂଳ ଗ୍ରାମରେ ଅଭାବନୀୟ ଘଟଣା। ଦେଢ଼ବର୍ଷ ତଳେ ବିବାହ କରିଥିବା ମହିଳାଙ୍କୁ ଶ୍ବଶୂରଘର ଲୋକେ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଝିଅର ବାପଘର ଲୋକେ ।

ଯୌତୁକ ନିର୍ଯାତନା ଦେଇ ମହିଳାଙ୍କୁ ହତ୍ୟା ଅଭିଯୋଗ

ସୂଚନା ଅନୁସାରେ, ମୃତା ମହିଳା ଉପର ବରୁହାଁ ଗ୍ରାମର ବ୍ରଜ କିଶୋର ଦାସଙ୍କ ଝିଅ ତୁଳସୀ । ୨୦୧୮ ମସିହା ଏପ୍ରିଲ ମାସରେ ବରୀ ଥାନାର ଶଙ୍କାରାକୂଳ ଗ୍ରାମର ଭିକାରି ମଲ୍ଳିକଙ୍କ ପୁଅ ରାମ ମଲ୍ଳିକଙ୍କୁ ସେ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦିଆ ଯାଇଥିଲେ ମଧ୍ୟ ଶ୍ବଶୁରଘର ଲୋକ ଅଧିକ ଯୌତୁକ ଦାବି କରି ଆସୁଥିଲେ। ଏନେଇ ସେମାନେ ବୋହୂକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ।

ପୂର୍ବରୁ ଦୁଇ ପକ୍ଷ ଏହାକୁ ନେଇ ଆଲୋଚନା କରିବା ପରେ ସୁବିଧା ହେଲେ ଶ୍ବଶୁରଘର ଲୋକଙ୍କୁ ବାପଘର ଲୋକ ଟଙ୍କା ଦେବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ସତ୍ତ୍ବେ ବି ଘରେ ସ୍ବାମୀ ନଥିବା ଅବସ୍ଥାରେ ନଣନ୍ଦମାନେ ତୁଳସୀଙ୍କୁ ନିର୍ଯାତନା ଦେଇ ଚାଲିଥିଲେ। ଗତକାଲି ଶ୍ବଶୁରଘର ଲୋକ ତୁଳସୀଙ୍କୁ ମାଡ଼ ମାରିବା ସହ ପେଜ ଢାଳି ପୋଡ଼ି ମାରି ବାପଘର ଲୋକ ଅଭିଯୋଗ ଆଣିଛନ୍ତି।


ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details