ଯାଜପୁର: ଏସିଡ୍ ଢାଳି ବୋହୁକୁ ହତ୍ୟା ଉଦ୍ୟମ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା କରଦା ପଞ୍ଚାୟତର ସଠୀ ଗାଁରେ ଏକ ପରିବାର ଅଧିକ ଯୌତୁକ ଦାବି କରି ବୋହୁକୁ ଏସିଡ୍ ଢାଳି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏନେଇ ପିଡିତାଙ୍କ ପରିବାର ପାଣିକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ଦୁଇ ମାସ ହେବ ସେଠୀ ଗାଁର ବିନୋଦ ସେଠୀଙ୍କ ସ୍ତ୍ରୀଙ୍କୁ ଶାଶୁଘର ଲୋକେ ବାରମ୍ବାର ଅଧିକ ଯୌତୁକ ଦାବି କରି ତାଙ୍କୁ ନିର୍ଯ୍ୟାତନା ଦେଇଆସୁଥିଲେ । ଫଳରେ ମହିଳା ଜଣକ ଏନେଇ ଥରେ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ ।