ଯାଜପୁର : କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବେ ଡାକ୍ତର । ଭାରତୀୟ ଚିକିତ୍ସକ ସଂଘ ଡ଼ାକରାରେ ଆସନ୍ତା ୧୮ତାରିଖ ଯାଜପୁର ରୋଡ଼ ଚିକିତ୍ସକ ସଂଘ ସମର୍ଥନ ଜଣାଇ କଳାବ୍ୟାକ ପରିଧାନ କରିବ । କେନ୍ଦ୍ରୀୟ ସ୍ତରରେ ଚିକିତ୍ସକଙ୍କ ପାଇଁ ସ୍ଵତନ୍ତ୍ର ଆଇନ, ଚିକିତ୍ସାଳୟକୁ ଏକ ସୁରକ୍ଷିତ ଅଞ୍ଚଳ ଘୋଷଣା, ସମସ୍ତ ଡାକ୍ତରଖାନାର ସୁରକ୍ଷା ପାଇଁ ଗୋଟିଏ ଆଇନ ପ୍ରଣୟନ ଓ ଚିକିତ୍ସକଙ୍କ ଉପରେ ହେଉଥିବା ଆକ୍ରମଣ ମାମଲାକୁ ଫାଷ୍ଟଟ୍ରାକ କୋର୍ଟରେ ବିଚାର କରାଯିବା ଭଳି ୪ ଗୋଟି ଦାବି ନେଇ ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ଏହି ଡ଼ାକରା ଦିଆଯାଇଛି ।
ଆସନ୍ତା ୧୮ରେ ଡାକ୍ତରଙ୍କ ପ୍ରତିବାଦ - ଡାକ୍ତର କରିବେ ପ୍ରତିବାଦ
ଡାକ୍ତରଙ୍କ ସୁରକ୍ଷା ନେଇ ୧୮ରେ ସମସ୍ତ ଡାକ୍ତର କରିବେ ପ୍ରତିବାଦ । କଳାବ୍ୟାଚ ପିନ୍ଧି କରିବେ ପ୍ରତିବାଦ । ଅଧିକ ପଢନ୍ତ...
ଆସନ୍ତା ୧୮ରେ ସମସ୍ତ ଡାକ୍ତର କରିବେ ପ୍ରତିବାଦ
ଏହାକୁ ସମର୍ଥନ କରି ଯାଜପୁର ରୋଡ଼ ସଂଘ କଳାବ୍ୟାଚ ପରିଧାନ କରିବ ବୋଲି ସଂଘର ସଭାପତି ଏନସି ପରିଡା,ସଂପାଦକ ଡ଼ାକ୍ତର ଗୌରୀ ଶଙ୍କର ଷଢଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ାକ୍ତର ପ୍ରସନ୍ନ କୁମାର ସାହୁ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ାକ୍ତର ହେମନ୍ତ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ