ଯାଜପୁର: ଆଲୋକର ପର୍ବ ଦୀପାବଳି, ଅନ୍ଧାର ଉପରେ ଆଲୋକର ପର୍ବ ଏହି ଦୀପାବଳି । ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟାରୁ ବନବାସ ସାରି ଆଜିର ଦିନରେ ଫେରିବା ଖୁସିରେ ଏହି ପର୍ବ ପାଳନ ହେବାର ବିଶ୍ବାସ ରହିଛି । ଏନେଇ ସନ୍ଧ୍ୟାରୁ ପ୍ରତ୍ୟେକଙ୍କ ଘର ଅଗଣାରେ ଜଳିଛି ଦୀପ। ସାଥୀରେ ରଙ୍ଗ ବେରଙ୍ଗର ବାଣ ଫୁଟାଇ ଏହି ପର୍ବକୁ ପାଳନ କରିଛନ୍ତି ସଭିଏଁ ।
ବାଣ କିଣିବା ପାଇଁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ । ଗତ ଦୁଇ ତିନି ଧରି ଲଗାଣ ବର୍ଷା ଫଳରେ ବାଣ ବେପାର ସମ୍ପୂର୍ଣ୍ଣ ମାନ୍ଦା ହୋଇ ପଡିଥିବା ବେଳେ ଶନିବାର ରାତିରୁ ପାଗ ଅନୁକୂଳ ହେବା ପରେ ବାଣ ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଯାଜପୁର ବାଳାଶ୍ରମ ବ୍ୟାସନଗରର ଷ୍ଟାଡିୟମ ପଡିଆରେ ଖୋଲା ଯାଇଛି ବାଣ ବଜାର । ଯେଉଁଠିକୁ ପରିବାର ପାଇଁ ସମସ୍ତେ ଛୁଟି ଆସୁଛନ୍ତି ବାଣ କିଣିବା ପାଇଁ।