ଖୋର୍ଦ୍ଧା: ବ୍ୟାସ ନଗର ପୌରପାଳିକା ସଫେଇ କର୍ମଚାରୀଙ୍କୁ ଭେଟି ମନବୋଳ ବଢେଇଲେ ଯାଜପୁର ଜିଲ୍ଲାପାଳ । କର୍ମଚାରୀଙ୍କ ଉତ୍ସାହ ବୃଦ୍ଧି ପାଇଁ ତାଙ୍କୁ ସାନିଟାଇଜର, ମାକ୍ସ ଓ ଖାଦ୍ୟ ପୁଡିଆ ବାଣ୍ଟିଥିଲେ । କୋରୋନା ସମୟରେ ଚାରିଆଡେ ଲକଡାଉନ ଜାରି ରହିଥିବା ବେଳେ ଯାଜପୁର ବ୍ୟାସନଗର ପୌରପାଳିକାର ସଫେଇ କର୍ମଚାରୀ ମାନେ ନିରନ୍ତର ଭାବେ ସେମାନଙ୍କ ସଫେଇ କାମ ଜାରି ରଖିଛନ୍ତି। ଜିଲ୍ଲାପାଳ ରଞ୍ଜନ କୁମାର ଦାସ ବ୍ୟାସନଗର ପୌରପାଳିକାର ସଫେଇ କର୍ମଚାରୀଙ୍କୁ ଭେଟିଥିବା ବେଳେ ଏଭଳି ଅସମୟରେ ସେମାନେ ନିଜ କାମ ଜାରି ରଖିଥିବାରୁ ଜିଲ୍ଲାପାଳ ୨୩ ଜଣ ସ୍ବେଚ୍ଛାସାଥୀ ଏବଂ ୧୦୭ ଜଣ ସଫେଇ କର୍ମଚାରୀଙ୍କୁ ସାନିଟାଇଜର, ମାକ୍ସ ଓ ଖାଦ୍ୟ ପୁଡ଼ିଆ ବଣ୍ଟନ କରିଥିଲେ ।
ସଫେଇ କର୍ମଚାରୀଙ୍କୁ ଜିଲ୍ଲାପାଳ ବାଣ୍ଟିଲେ ସାନିଟାଇଜର ଆଉ ମାକ୍ସ - ଯାଜପୁର ଜିଲ୍ଲାପାଳ
ସଫେଇ କର୍ମଚାରୀଙ୍କ ମନବୋଳ ବୃଦ୍ଧି ପାଇଁ ସାନିଟାଇଜର ଆଉ ମାକ୍ସ ବାଣ୍ଟିଲେ ଜିଲ୍ଲାପାଳ । ଅଧିକ ସୂଚନା ପାଇଁ ପଢନ୍ତୁ ...
![ସଫେଇ କର୍ମଚାରୀଙ୍କୁ ଜିଲ୍ଲାପାଳ ବାଣ୍ଟିଲେ ସାନିଟାଇଜର ଆଉ ମାକ୍ସ district collector distributed sanitizers](https://etvbharatimages.akamaized.net/etvbharat/prod-images/768-512-6842276-thumbnail-3x2-jajpur.jpg)
ସଫେଇ କର୍ମଚାରୀଙ୍କୁ ଉତ୍ସାହ କରିବା ପାଇଁ ଜିଲ୍ଲାପାଳ ବାଣ୍ଟିଲେ
ସଫେଇ କର୍ମଚାରୀଙ୍କୁ ଉତ୍ସାହ କରିବା ପାଇଁ ଜିଲ୍ଲାପାଳ ବାଣ୍ଟିଲେ
ଏଥିପାଇଁ ଜିଲ୍ଲାପାଳ ସଫେଇ କର୍ମଚାରୀ ମାନଙ୍କୁ ବେଶ ପ୍ରଶଂସା କରିଥିଲେ। ଲକଡାଉନ ୨ୟ ପର୍ଯ୍ୟାୟର ଜିଲ୍ଲା ପ୍ରଶାସନ ଏମାନଙ୍କ ନିକଟରେ ପହଞ୍ଚି ଲୋକଙ୍କୁ କୋରୋନା ସୁରକ୍ଷା ସାମଗ୍ରୀ ଯୋଗାଇ ଥିବାରୁ କର୍ମଚାରୀ ମାନେ ବିଶେଷ ଖୁସି ଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ,ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ସମେତ ସ୍ଥାନୀୟ ପୌର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମଧ୍ୟ ସାମିଲ ଥିଲେ।
ଯାଜପୁରରୁ ଜ୍ଞାନରଂଜନ ଓଝା, ଇଟିଭି ଭାରତ