ଯାଜପୁର:ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକୁ ସଜାଗ କରାଯାଇଛି । ପ୍ରତ୍ୟେକ ଜିଲ୍ଲାକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ କରାଯାଇଛି ।
ପ୍ରତ୍ୟେକ ଲାଇନ ବିଭାଗ ଗୁଡିକୁ ସଜାଗ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି । ବାତ୍ୟା ଆସିବା ପୂର୍ବରୁ ମାଇକ୍ ଯୋଗେ ପ୍ରଚାର କରାଯିବ । ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ ଖୋଲାଯିବ । ଲୋକଙ୍କୁ ତଳିଆ ଅଞ୍ଚଳରୁ କିପରି ଉଦ୍ଧାର କାର୍ଯ୍ୟ କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି । ଏହି ସମୟରେ କୋଭିଡ ଗାଇଡ ଲାଇନକୁ ମାନି ଉଦ୍ଧାର କାର୍ଯ୍ୟ କରାଯିବ । ସରକାରୀ ଅନୁଷ୍ଠାନ ଓ ସ୍କୁଲ ଗୁଡିକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ ।