ଓଡିଶା

odisha

ETV Bharat / state

ପୌର ନିର୍ବାଚନ, ୱାର୍ଡ ସଂରକ୍ଷଣକୁ ନେଇ ଯାଜପୁରରେ ବଢ଼ୁଛି ଅସନ୍ତୋଷ - ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ

ପୌର ନିର୍ବାଚନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୱାର୍ଡ ସଂରକ୍ଷଣ କାର୍ଯ୍ୟ ଶେଷ ହେଇଛି। ଅଧିକ ପଢନ୍ତୁ ।

ପୌର ନିର୍ବାଚନ : ୱାର୍ଡ ସଂରକ୍ଷଣକୁ ନେଇ ବଢ଼ୁଛି ଅସନ୍ତୋଷ
ପୌର ନିର୍ବାଚନ : ୱାର୍ଡ ସଂରକ୍ଷଣକୁ ନେଇ ବଢ଼ୁଛି ଅସନ୍ତୋଷ

By

Published : Jan 14, 2022, 1:15 PM IST

ଯାଜପୁର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ପରେ ସରଗରମ ହେଉଛି ରାଜନୈତିକ ମହଲ । ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୱାର୍ଡ ସଂରକ୍ଷଣ କାର୍ଯ୍ୟ ଶେଷ ହେଇଛି। ଆଉ ଏହାକୁ ନେଇ କୁହୁଳିବାରେ ଲାଗିଛି ଅସନ୍ତୋଷ । ତେବେ ୱାର୍ଡ ସଂରକ୍ଷଣ ତୃଟି ଥିବା ନେଇ ମାଳମାଳ ଅଭିଯୋଗ ଆସିଛି । ବ୍ୟାସନଗର ପୌରପରିଷଦର ବିଭିନ୍ନ ୱାର୍ଡର ସଂରକ୍ଷଣକୁ ନେଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ଜନଅସନ୍ତୋଷ ଦେଖାଦେଇଛି ।

ପୌର ନିର୍ବାଚନ : ୱାର୍ଡ ସଂରକ୍ଷଣକୁ ନେଇ ବଢ଼ୁଛି ଅସନ୍ତୋଷ

ତେବେ ସମ୍ପୃକ୍ତ ୱାର୍ଡକୁ ତହସିଲ ଭୁକ୍ତ ଜାତି ଓ ଜନଜାତି ପାଇଁ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ନିକଟରେ ଦାବି କରିଛନ୍ତି । ସ୍ଥାନୀୟବାସିନ୍ଦାଙ୍କ କହିବା ଅନୁଯାୟୀ ୩ଟି ହରିଜନ ଓ ୩ଟି ଆଦିବାସୀଙ୍କ ପାଇଁ ସଂରକ୍ଷଣ ହୋଇଛି ।

ପୋୖର ପରିଷଦର ଗଠନ ହେବା ଠାରୁ ଆଜି ପର୍ଯ୍ୟନ୍ତ ଓ୍ବାର୍ଡ ନମ୍ବର ୨,୧୯,୨୩ ଏହି ୩ଟି ୱାର୍ଡକୁ ତଫସିଲ ଭୁକ୍ତ ଜାତି ଓ ଜନଜାତି ପାଇଁ ଆଦ୍ୟାବଦ୍ଧି ସଂରକ୍ଷଣ କରାଯାଇନାହିଁ । ଏହି ୱାର୍ଡକୁ ସଂରକ୍ଷିତ କରିବା ପାଇଁ ୱାର୍ଡ ନମ୍ବର ୧,୨,୪,୭,୨୦ ଓ ୨୧ ନମ୍ବର ଅଧିବାସୀ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details