ଯାଜପୁର: ଭିନ୍ନକ୍ଷମ ଅଧିକାର ସଂପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲା ସଂସ୍କୃତି ଭବନ ପରିସରରେ ସେମାନଙ୍କୁ ମିଳିବାକୁ ଥିବା ବିଭିନ୍ନ ଯୋଜନା ସଂପର୍କରେ ଏକ ବୈଠକରେ ଆଲୋଚନା କରାଯାଇଛି ।
ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମ ମାନେ ସମାଜର ଅଲୋଡା ନୁହେଁ ବରଂ ସାଧାରଣ ଲୋକଙ୍କ ଭଳି ତାଙ୍କର ମଧ୍ୟ ସମାନ ଅଧିକାର ରହିଛି ବୋଲି ମତ ଦେଇଥିଲେ । ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ରହିଥିବା ଆଇନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ ।