ଓଡିଶା

odisha

ETV Bharat / state

ବନ୍ୟା ପରେ ସହିମାଢ ଗାଁରେ ବ୍ୟାପିଲା ଝାଡାବାନ୍ତି, 12ରୁ ଉର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି - diarrhoea Spread at jajapur

ଗ୍ରାମର ୧୨ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସ୍ଥାନୀୟ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଆହୁରି ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି ।

ବନ୍ୟା ପରେ ସହିମାଢ ଗାଁରେ ବ୍ୟାପିଲା ଝାଡାବାନ୍ତି, 12ରୁ ଉର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି
ବନ୍ୟା ପରେ ସହିମାଢ ଗାଁରେ ବ୍ୟାପିଲା ଝାଡାବାନ୍ତି, 12ରୁ ଉର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି

By

Published : Sep 4, 2020, 12:27 PM IST

ଯାଜପୁର: ଜିଲ୍ଲା ଦଶରଥପୁରରେ ବନ୍ୟା ପରେ ବଢି ଯାଇଛି ସମସ୍ୟା । ବନ୍ୟା ଦାଉରୁ ମୁକ୍ତି ମିଳିନଥିବା ବେଳେ ଗାଁରେ ବ୍ୟାପିଲାଣି ଝାଡାବାନ୍ତି ରୋଗ । ଉକ୍ତ ବ୍ଲକର କମାରିଢ଼ିହ ପଂଚାୟତ ସହିମାଢ଼ ଗ୍ରାମରେ ଏହି ରୋଗ ବ୍ୟାପିଛି ।

ବନ୍ୟା ପରେ ସହିମାଢ ଗାଁରେ ବ୍ୟାପିଲା ଝାଡାବାନ୍ତି, 12ରୁ ଉର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି

ଗ୍ରାମର ୧୨ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସ୍ଥାନୀୟ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଆହୁରି ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି । ତେବେ ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମ କ୍ରମେ ଗାଁରେ ମେଡିକାଲ ଟିମ ପହଞ୍ଚି ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଦୂଷିତ ପାଣି ଯୋଗୁଁ ଏପରି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବନ୍ୟାରେ ବୁଡି ଯାଇଥିବା ନଳକୂପରୁ ଜଳ କମିବା ପରେ ଗ୍ରାମବାସୀ ଏହାକୁ ବ୍ୟବହାର କରିଥିଲେ । ତେଣୁ ଦୂଷିତ ପାଣି ପିଇ ଏପରି ହୋଇଛି ବୋଲି କୁହାଯାଉଛି । ତେଣୁ ଉକ୍ତ ଗ୍ରାମକୁ ସ୍ବଚ୍ଛ ପାଣି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details