ଯାଜପୁର: ମହାମାରୀ କୋରୋନା ସମୟରେ ରିଲିଫ ଯୋଗାଣରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ବିଜେପିର ଧାରଣା । ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଧାରଣାରେ ବସିଛି । ବିଜେପି ଜିଲ୍ଲା ସାଧାରଣ ସଂପାଦକ ସର୍ବେଶ୍ବର ବେହୁରାଙ୍କ ନେତୃତ୍ବରେ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ଦିଆଯାଇଛି । ଏଥିରେ ତାଙ୍କର ସମର୍ଥକ ସାମିଲ ହୋଇ ସାମାଜିକ ଦୂରତା ରକ୍ଷା କରି ଧାରଣାରେ ବସିଥିଲେ ।
ରିଲିଫ ଯୋଗାଣରେ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା - ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା
ମହାମାରୀ କୋରୋନା ସମୟରେ ରିଲିଫ ଯୋଗାଣରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ବିଜେପିର ଧାରଣା । ବିଜେପି ଜିଲ୍ଲା ସାଧାରଣ ସଂପାଦକ ସର୍ବେଶ୍ବର ବେହୁରାଙ୍କ ନେତୃତ୍ବରେ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ଦିଆଯାଇଛି ।
ରିଲିଫ ଯୋଗାଣରେ ଦୁର୍ନୀତି ନେଇ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା
ଗରିବ ହିତାଧିକାରୀଙ୍କ ପାଇଁ ଆସିଥିବା ରିଲିଫ ଯୋଗାଣରେ ଦୁର୍ନୀତି ଏବଂ ହିତାଧିକାରୀଙ୍କ ପାଖରେ ଡାଲି ପହଞ୍ଚିବାରେ ବିଳମ୍ବ ନେଇ ଏହି ଧାରଣାରେ ଦିଆଯାଇଥିବା କହିଛନ୍ତି । ଏହାର ତଦନ୍ତ କରାଯିବା ସହ ତୁରନ୍ତ ଗରିବ ହିତାଧିକାରୀଙ୍କ ଡାଲି ଯୋଗାଇ ଦିଆନଗଲେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଶୁକ୍ରବାର ସୁଦ୍ଧା ଡାଲି ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବ୍ଲକ ଏମଆଇ ପ୍ରତିଶୃତି ଦେବା ପରେ ଧାରଣା ହଟିଥିଲା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ