ଓଡିଶା

odisha

ETV Bharat / state

5T Sec Jajpur Visit: 'ଓଡ଼ିଶାରେ ଭଲ କାମ ପାଇଁ ଧର୍ମଶାଳାର ନାଁ ରହିଛି' - ଧର୍ମଶାଳାରେ ପାଣ୍ଡିଆନ

ଧର୍ମଶାଳାକୁ ପ୍ରଶଂସା କଲେ ଯାଜପୁର ଜିଲ୍ଲା ଗସ୍ତରେ ଥିବା ୫ଟି ସଚିବ ଭିକେ ପାଣ୍ଡିଆନ । କହିଲେ ଓଡ଼ିଶାରେ ଭଲ କାମ ପାଇଁ ଧର୍ମଶାଳାର ନାଁ ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Aug 31, 2023, 8:36 PM IST

Updated : Aug 31, 2023, 9:18 PM IST

5T Sec Jajpur Visit: 'ଓଡ଼ିଶାରେ ଭଲ କାମ ପାଇଁ ଧର୍ମଶାଳାର ନାଁ ରହିଛି'

ଯାଜପୁର:୫ଟି ସଚିବ ଭିକେ ପାଣ୍ଡିଆନଙ୍କ ୨ ଦିନିଆ ଜିଲ୍ଲା ଗସ୍ତ । ଆଜି ପ୍ରଥମ ଦିନରେ ସେ ବଡ଼ଚଣା, ଧର୍ମଶାଳା, ବିଞ୍ଝାରପୁର ଓ ଯାଜପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି । ଓଡ଼ିଶାରେ ଭଲ କାମ ପାଇଁ ଧର୍ମଶାଳାର ନାଁ ରହିଛି କହିଛନ୍ତି । ଏହା ସହ ଧର୍ମଶାଳାବାସୀ ଏହି ଧାରାକୁ ବଜାୟ ରଖିବେ ବୋଲି ଆଶା କରିଥିବା କହିବା ସହ ଧର୍ମଶାଳାର ଉନ୍ନତି ପାଇଁ ଯାହା ବି ଆବଶ୍ୟକ ମୁଖ୍ୟମନ୍ତ୍ରୀ ତାକୁ ପୂରଣ କରିବେ ସେ ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଆଜି ଦିନ ୧୨.୩୦ଟାରେ ଜାରକାସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମରେ ହେଲିକ୍ୟାପ୍ଟର ଯୋଗେ ପହଞ୍ଚିଥିଲେ ୫ଟି ସଚିବ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ଧର୍ମଶାଳା ମହୋତ୍ସବ ପଡ଼ିଆ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ସଭାସ୍ଥଳରେ ସଚିବ ପହଞ୍ଚି ପ୍ରଥମେ ଜନସାଧାରଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏହାସହ ଧର୍ମାଶାଳାକୁ ପ୍ରଶଂସିତ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଣ ସାମିଲ ହୋଇଥିଲେ ।

ଏହା ବି ପଢନ୍ତୁ- ବ୍ୟାସନଗରରେ 5T ସଚିବଙ୍କ ଗସ୍ତକୁ ବିରୋଧ, କଳା ଶାଢ଼ୀ ପିନ୍ଧି ମହିଳା କଂଗ୍ରେସର ପ୍ରତିବାଦ

ଏ ନେଇ ସେ କହିଥିଲେ, "ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମଶାଳାର ସମସ୍ତ ମହାବିଦ୍ୟାଳୟଗୁଡିକୁ 5Tରେ ଅନ୍ତର୍ଭୁକ୍ତ କରିଛନ୍ତି । ଏହାଦ୍ବାରା ଛାତ୍ରଛାତ୍ରୀ ସମସ୍ତ ସୁବିଧା ପାଇବେ ଏବଂ ବାପାମାଆଙ୍କ ସ୍ବପ୍ନକୁ ପୂରଣ କରିପାରିବେ । ସେମାନଙ୍କର ଉଜ୍ଜ୍ବଳ, ଭବିଷ୍ୟତ କଥା ଚିନ୍ତା କରୁଛନ୍ତି ମୁଖ୍ୟମନ୍ତ୍ରୀ । ସାରା ରାଜ୍ୟରେ ଧର୍ମଶାଳାର ନାଁ ଅଛି । ଧର୍ମଶାଳାରେ ଭଲ କାମ ହୁଏ ବୋଲି ମୁଖ୍ୟମନ୍ତ୍ରୀ ଜାଣନ୍ତି । ଏଠି ସରକାର ଯେଉଁ ଟଙ୍କା ଦିଅନ୍ତି ଓଡ଼ିଶାରେ ସବୁଠୁ ଭଲ କାମ ହୁଏ । ଏହାକୁ ଧର୍ମଶାଳାବାସୀ ବଜାୟ ରଖିବେ । ଏହା ସହ ଧର୍ମଶାଳାର ଉନ୍ନତି ପାଇଁ ଯାହା ବି ଆବଶ୍ୟକ ମୁଖ୍ୟମନ୍ତ୍ରୀ ତାକୁ ପୂରଣ କରିବେ ।"

ଏହା ବି ପଢନ୍ତୁ- 'ପାଣ୍ଡିଆନ ଗୋ ବ୍ୟାକ୍‌' ନାରାରେ କମ୍ପିଲା ଯାଜପୁର, ବିରୋଧୀଙ୍କ ଆଗକୁ ମାଡ଼ି ଆସିଲେ 5T ସାର୍ଟ ପିନ୍ଧା ଯୁବକ

ଏହି ଅବସରରେ ଚାଷ ଜମିକୁ ଜଳସେଚନ ସୁବିଧା ପାଇ ରାଏପଡାଠାରେ ୩୫କୋଟି, ଶ୍ରୀବନ୍ତପୁର ରାସ୍ତା ପାଇଁ ୨୧କୋଟି, କେଲୁଅ ନଦୀ ବନ୍ଧର ବେଦପୁରଠାରୁ ଜନକ ରାସ୍ତା ପର୍ଯ୍ୟନ୍ତ ୨୭କୋଟି, ଜେନାପୁର ରାସ୍ତା ପାଇଁ୨୬କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ବୋଲି କହିଥିଲେ ପାଣ୍ଡିଆନ । ମିଶନ ଶକ୍ତି ମାଆମାନଙ୍କର ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିବା ସହ ଆଗାମୀ ଦିନରେ ସେମାନଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରାଯିବ ବୋଲି ବକ୍ତବ୍ୟରେ କହିଥିଲେ । ପରେ ଧର୍ମଶାଳା ଷ୍ଟାଡିୟମ ପରିସରରେ ୫ଟି ସଚିବ ମଧ୍ୟାହ୍ନ ଭୋଜନ କରି ବିଞ୍ଝାରପୁର ଅଭିମୁଖେ ବାହାରି ଯାଇଥିଲେ। ଆସନ୍ତାକାଲି ସୁକିନ୍ଦା ଓ କୋରେଇ ନିର୍ବାଚନ ମଣ୍ଡଳୀ 5ଟି ସଚିବ ବୁଲିବେ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଯାଜପୁର

Last Updated : Aug 31, 2023, 9:18 PM IST

ABOUT THE AUTHOR

...view details