ଓଡିଶା

odisha

ETV Bharat / state

ଧର୍ମଶାଳା ପ୍ରେସ୍ କ୍ଲବର ବାର୍ଷିକ ଉତ୍ସବ ଅନୁଷ୍ଠିତ - ଧର୍ମଶାଳା ପ୍ରେସ୍ କ୍ଲବର ବାର୍ଷିକ ଉତ୍ସବ

ଧର୍ମଶାଳା ପ୍ରେସ୍ କ୍ଲବର ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ । ପର୍ଯ୍ୟାୟକ୍ରମେ ସାମ୍ବାଦିକଙ୍କ ଦାବି ପୂରଣ ହେବା ନେଇ ଦେଲେ ପ୍ରତିଶୃତି । ଅଧିକ ପଢନ୍ତୁ....

ଧର୍ମଶାଳା ପ୍ରେସ୍ କ୍ଲବର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଧର୍ମଶାଳା ପ୍ରେସ୍ କ୍ଲବର ବାର୍ଷିକ ଉତ୍ସବ ଅନୁଷ୍ଠିତ

By

Published : Feb 1, 2020, 7:40 PM IST

ଯାଜପୁର: ଜିଲ୍ଲାର ଜାରକା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି ଧର୍ମଶାଳା ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଏବଂ ବର୍ଷିଆନ ସାମ୍ବାଦିକ ସ୍ବର୍ଗତ ନରହରି ମହାନ୍ତିଙ୍କ ପୁଣ୍ୟତିଥି ସମାରୋହ । ଏଥିରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କମ୍ୟୁନିଷ୍ଟ ନେତା ରାମକୃଷ୍ଣ ପଣ୍ଡା, ସାହିତ୍ୟିକ ଅମୀୟ ପାଣ୍ଡବ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିକୂଳ ପରିସ୍ଥିତିରେ ଗ୍ରାମାଞ୍ଚଳର ସାମ୍ବାଦିକ ନିଷ୍ଠାର ସହ ସେମାନଙ୍କ ଦାୟିତ୍ବ ତୁଲାଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।

ସେହିପରି ସାମ୍ବାଦିକଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ । ସେମାନଙ୍କ ଅନେକ ଦାବିକୁ ଗ୍ରହଣ କରାଯାଇ ଥିବାବେଳେ, ବ୍ୟବସ୍ଥା ଭିତରେ ପର୍ଯ୍ୟାୟକ୍ରମେ ସେମାନଙ୍କର ଅନ୍ୟ ଦାବିକୁ ମଧ୍ୟ ପୂରଣ କରାଯିବ । ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଖୁସିର ଖବର ଆସୁଛି ବୋଲି କହିଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ।

ଧର୍ମଶାଳା ପ୍ରେସ୍ କ୍ଲବର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଏହି ଅବସରରେ ସ୍ମରଣିକା ପ୍ରହରୀକୁ ଅତିଥି ଲୋକାର୍ପିତ କରିବା ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ମହେଶ୍ବର ବଳ ଏବଂ କୈଳାସ ଚନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲାର ଶତାଧିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details