ଓଡିଶା

odisha

By

Published : Aug 5, 2021, 10:50 PM IST

ETV Bharat / state

ଧର୍ମଶାଳା ନାବାଳିକା ଦୁଷ୍କର୍ମ ଘଟଣା: ଯୁବକକୁ ୧୦ ବର୍ଷ କାରାଦଣ୍ଡ

ଏକ ନାବାଳିକା ଦୁଷ୍କର୍ମ ଘଟଣାରେ ଯାଜପୁର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଧିକ ପଢନ୍ତୁ...

ଧର୍ମଶାଳା ନାବାଳିକା ଦୁଷ୍କର୍ମ ଘଟଣା: ଯୁବକକୁ ୧୦ ବର୍ଷ କାରାଦଣ୍ଡ
ଧର୍ମଶାଳା ନାବାଳିକା ଦୁଷ୍କର୍ମ ଘଟଣା: ଯୁବକକୁ ୧୦ ବର୍ଷ କାରାଦଣ୍ଡ

ଯାଜପୁର: ଏକ ନାବାଳିକା ବଳାତ୍କାର ଘଟଣାରେ ଯାଜପୁର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏକୁଟିଆର ସୁଯୋଗ ନେଇ ଆସାମୀ ୬ ବର୍ଷ ତଳେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିଲା।

ଧର୍ମଶାଳା ନାବାଳିକା ଦୁଷ୍କର୍ମ ଘଟଣା: ଯୁବକକୁ ୧୦ ବର୍ଷ କାରାଦଣ୍ଡ
ସୂଚନା ଅନୁସାରେ ଧର୍ମଶାଳା ଥାନା ଜୟସିଙ୍ଗୁଡା ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକା ପଡିଶା ଘରକୁ ଟିଭି ଦେଖିବାକୁ ଯାଇଥିଲା। ତେବେ ସଂଧ୍ୟାରେ ଲାଇନ ଚାଲିଯିବାରୁ ନାବାଳିକା ଜଣକ ଘରକୁ ଫେରୁଥିଲେ। ଏ‌ହି ସମୟରେ ଗ୍ରାମର ଅମରେଶ ପଣ୍ଡା(୩୦) ନାବାଳିକାକୁ ଏକ ‌‌ଅର୍ଦ୍ଧ ନିର୍ମିତ କୋଠାଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା ।

ତେବେ ଏନେଇ ଝିଅ ପରିବାର ଲୋକଙ୍କୁ ଜଣାଇବା ପରେ ଝିଅର ମା’ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲା। ଏହି ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ଏହି ଅଭିଯୋଗର ବିଚାର କରି, ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଜ୍ଞାନେନ୍ଦ୍ର ବାରିକ ଆସାମୀକୁ ୩୭୬(୨) ଓ ୫୧୧ ଦଫାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ‌ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ରାଜୀବ ମହାନ୍ତି ପରିଚାଳନା କରୁଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details