ଯାଜପୁର: ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରସୁଲପୁର ବ୍ଲକରେ ଏକ ସ୍ଵତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ରାଜ୍ୟ ସରକାର କିଛିଦିନ ତଳେ ଅନୁମୋଦନ କରିଥିଲେ । ଏହି ହସ୍ପିଟାଲରେ ୧୫୦ଟି ଜେନେରାଲ ବେଡ଼, ୫୦ ଆଇସିୟୁ ଓ ଭେଣ୍ଟଲେଟରର ବ୍ୟବସ୍ଥା ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
କୋଭିଡ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ଧର୍ମଶାଳା ବିଧାୟକ - କୋଭିଡ ହସ୍ପିଟାଲ
ରସୁଲପୁର ବ୍ଲକରେ ନୂତନ କରି ହେବାକୁ ଥିବା ସ୍ଵତନ୍ତ୍ର କୋଭିଡ ହସ୍ପିଟାଲ ସ୍ଥିତି ସମୀକ୍ଷା କଲେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ଅଧିକ ପଢନ୍ତୁ...
କୋଭିଡ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ଧର୍ମଶାଳା ବିଧାୟକ
କୋଭିଡ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ଧର୍ମଶାଳା ବିଧାୟକ
ତେବେ ଏହି ଡାକ୍ତରଖାନାକୁ ତୁରନ୍ତ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଗୁରବାର ଡାକ୍ତରଖାନାର କାର୍ଯ୍ୟ ଓ ସ୍ଥିତି ସମୀକ୍ଷା କରିଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ଏହି ପରିଦର୍ଶନ ସମୟରେ ରସୁଲପୁର ବ୍ଲକ ବିଡିଓ, ତହସିଲଦାରଙ୍କ ସହ ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତ ରହି ଆଲୋଚନା କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ