ଓଡିଶା

odisha

ETV Bharat / state

ଧର୍ମଶାଳା ଯୁବତୀ ଅପହରଣ ଘଟଣା, ଫୋନରେ ଉଦ୍ଧାର ପାଇଁ ମା'ଙ୍କୁ ନିବେଦନ - ଲଭ-ଜିହାଦ

ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରୁ ଆସିଛି ଲଭ୍ ଜିହାଦର ସାଂଘାତିକ ଅଭିଯୋଗ । ଅପହୃତ ଯୁବତୀ ଜଣକ ନିଜ ମା’ଙ୍କୁ ଫୋନ କରି ତାଙ୍କୁ ଅପହରଣକାରୀଙ୍କ ଠାରୁ ଉଦ୍ଧାର କରିବାକୁ କହୁଛନ୍ତି । ଏହାସହ ତାଙ୍କୁ ନିର୍ଯାତନା ଦିଆଯାଉଛି ଏବଂ ଜୀବନ ପ୍ରତି ବିପଦ ଥିବା ତାଙ୍କ ମା’ଙ୍କୁ ଜଣାଇଛନ୍ତି ।

ଧର୍ମଶାଳା ଯୁବତୀ ଅପହରଣ ଘଟଣା
ଧର୍ମଶାଳା ଯୁବତୀ ଅପହରଣ ଘଟଣା

By

Published : Dec 17, 2020, 7:37 PM IST

Updated : Dec 17, 2020, 8:09 PM IST

ଯାଜପୁର: ଅଧା ରାସ୍ତାରୁ ଯୁବତୀଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ । ଏହି ଘଟଣାକୁ 12 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଯୁବତୀଙ୍କୁ ଉଦ୍ଧାର କରିପାରିନାହିଁ । ଏହାସହ ଏବେସୁଦ୍ଧା ଅପହରଣକାରୀ କବଜାରେ ରହିଛି ଯୁବତୀ । ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରୁ ଆସିଛି ଲଭ୍ ଜିହାଦର ସାଂଘାତିକ ଅଭିଯୋଗ ।

ଧର୍ମଶାଳା ଯୁବତୀ ଅପହରଣ ଘଟଣା

ଅପହୃତ ଯୁବତୀ ଜଣକ ନିଜ ମା’ଙ୍କୁ ଫୋନ କରି ତାଙ୍କୁ ଅପହରଣକାରୀଙ୍କ ଠାରୁ ଉଦ୍ଧାର କରିବାକୁ କହୁଛନ୍ତି । ଏହାସହ ତାଙ୍କୁ ବହୁ ନିର୍ଯାତନା ଦିଆଯାଉଥିବା ସହ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଥିବା ମା’ଙ୍କୁ ଜଣାଇଛନ୍ତି । ପୋଲିସକୁ ନଜଣାଇ ତାଙ୍କୁ କେମିତି ଉଦ୍ଧାର କରିବାକୁ ସେ ତାଙ୍କ ମା’ଙ୍କୁ ନିବେଦନ କରିଛନ୍ତି । ଯାହାର ଅଡିଓ ରେକର୍ଡ ଏବେ ଭାଇରାଲ ହେଉଛି ।

ଧର୍ମଶାଳା ଯୁବତୀ ଅପହରଣ ଘଟଣା

ଯୁବତୀଙ୍କୁ ଅପହରଣ କରିନେଇ ତାଙ୍କୁ ନିର୍ଯାତନା ଦେବା ସହ ଧର୍ମ ପରିବର୍ତ୍ତନ କରିବାକୁ ଧମକ ଦିଆଯାଉଛି। ଫଳରେ ଏନେଇ ନିଖୋଜ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିବା ସହ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ତାଙ୍କ ଝିଅକୁ ଅପହରଣ କରିନିଆଯାଇ ଏବେ ନିର୍ଯାତନା ଦିଆଯାଉଛି ଏବଂ ଧର୍ମ ପରିବର୍ତ୍ତନ ପାଇଁ ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି ।

ଅପହରଣକାରୀ ଯୁବକ

ଯାଜପୁର ଧର୍ମଶାଳା ଥାନା ଅଞ୍ଚଳର ଶେଖ ଅବଦୁଲ ଓରଫ ବବି ନାମକ ଜଣେ ଯୁବକ ଯୁବତୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ନିଖୋଜ ଯୁବତୀଙ୍କୁ ଅପହରଣ କରିନେଇ ଧର୍ମ ପରିବର୍ତ୍ତନ ପାଇଁ ଧମକ ଦିଆଯାଉଥିବା ତାଙ୍କ ପିତା ଅଭିଯୋଗ କରିଛନ୍ତି। ଏନେଇ ନିଖୋଜ ଯୁବତୀଙ୍କ ବାପା ଯାଜପୁର ଏସପିଙ୍କ ପାଖରେ ନିବେଦନ କରିଥିଲେ । ହେଲେ ତାଙ୍କ କଥା କେହି ଶୁଣିନଥିଲେ ବୋଲି ନିଖୋଜ ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି । ଏବେ ଯୁବତୀଙ୍କ ପତ୍ତା ମିଳୁନାହିଁ ।

ତେବେ ଯୁବତୀଙ୍କ ଏହି ଅଡିଓ ଭାଇରାଲ ହେବାରୁ ଏହାକୁ ନେଇ ଧର୍ମଶାଳା ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟପଟେ ଯୁବତୀଙ୍କ ଅପହରଣରେ ଅପରାଧିକ ଷଡଯନ୍ତ୍ର କରିଥିବା ଏବଂ ଅପହୃତାଙ୍କ ପିତାମାତାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ପିତା ଅବଦୁଲ ହମିଦ ଖାଁଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟ ଚାଲାଣ କରିଛି । ଜେଏମଏଫସି କୋର୍ଟରେ ଜାମିନ ଆବେଦନର ଶୁଣାଣୀ କରି ଅଭିଯୁକ୍ତଙ୍କୁ 14 ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି । ଅନ୍ୟପଟେ ଝିଅର ଜୀବନ ପ୍ରତି ବିପଦ ରହିଥିଲେ ବି ଅପହରଣର 10 ଦିନ ପରେ ମଧ୍ୟ ପୋଲିସ ଅପହୃତ ଯୁବତୀଙ୍କ ଟେର୍ ପାଇନି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 17, 2020, 8:09 PM IST

ABOUT THE AUTHOR

...view details