ଯାଜପୁର:ଜିଲ୍ଲାର ସୁକିନ୍ଦା ବ୍ଲକ ଅଧିନସ୍ଥ ଅଶୋକଝର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ଏବଂ ଅଶୋକଝର ପର୍ଯ୍ୟଟନ କ୍ଷେତ୍ରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଲେମ୍ବୋ ସରପଞ୍ଚ ସୁକାନ୍ତ ମହାନ୍ତଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
ସୁକିନ୍ଦାରେ ଉନ୍ନତିମୂଳକ କାର୍ଯ୍ୟର ଶୁଭ ଉଦଘାଟନ - jajpur sukinda devlopmental works
ସୁକିନ୍ଦା ବ୍ଲକ ଅଧିନସ୍ଥ ଅଶୋକଝର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ଏବଂ ଅଶୋକଝର ପର୍ଯ୍ୟଟନ କ୍ଷେତ୍ରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶୁଭ ଉଦଘାଟନ । ଅଧିକ ପଢନ୍ତୁ...
ସୁକିନ୍ଦାରେ ଉନ୍ନତିମୂଳକ କାର୍ଯ୍ୟର ଶୁଭ ଉଦଘାଟନ
ଲେମ୍ବୋ ପଞ୍ଚାୟତର ଅଶୋକଝର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉନ୍ନତିକରଣ ପାଇଁ ସରକାରୀ ପାଣ୍ଠିରୁ 35 ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି । ସେହିପରି ସରକାରୀ ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନ କ୍ଷେତ୍ର ଅଶୋକଝରର ସୌନ୍ଦର୍ଯ୍ୟକରଣ ଉନ୍ନତି ନିମନ୍ତେ ସରକାରୀ ପାଣ୍ଠିରୁ 1 କୋଟି 4 ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି । ଏହି ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସୁକିନ୍ଦା ବିଧାୟକ ଶୁଭ ଉଦଘାଟନ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ