ଯାଜପୁର:ଗ୍ରାମବାସୀଙ୍କ ଅଭିଯୋଗ ପରେ ବି ଶ୍ମଶାନ ଜମିରେ ନିର୍ମାଣ ହେଲା ପଞ୍ଚାୟତ ଗୃହ । ଯାଜପୁର ଜିଲା ମଙ୍ଗଳପୁର ପଞ୍ଚାୟତରେ ଦେଖାଦେଇଛି ଏମିତି ଅବ୍ୟବସ୍ଥା । ଏଭଳି ବିବାଦୀୟ ସ୍ଥାନରେ କିଭଳି ଏହି ପଞ୍ଚାୟତ ଭବନ ନିର୍ମାଣ ହେଉଛି ତାକୁ ନେଇ ପ୍ରଶ୍ନ ଉଠିଛି ।
ପଞ୍ଚାୟତ ଗୃହ ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚ ଶ୍ମଶାନ ଜମିରେ କରିବା ପାଇଁ ନିଷ୍ପତ୍ତି ନେବା ପରେ ଏହାର ପ୍ରତିବାଦ କରିଥିଲେ ସ୍ଥାନୀୟ ଗ୍ରାମବାସୀ । ପରେ ବ୍ଳକ ଓ ତହସିଲ କର୍ତ୍ତୃପକ୍ଷ ନିର୍ମାଣ କାର୍ଯ୍ୟବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଉକ୍ତ ନିର୍ଦ୍ଦେଶକୁ ଅବମାନନା କରି ନିର୍ମାଣ କାର୍ଯ୍ୟ କରିବା ସହିତ ଘରର ଛାତ ମଧ୍ୟ ପକାଯାଇଛି ।