ଓଡିଶା

odisha

ETV Bharat / state

କେନାଲରେ ପାଣି ଥାଇ ବି କ୍ଷେତକୁ ଆସୁନି ପାଣି, ଚିନ୍ତାରେ ଚାଷୀ - କେନାଲରୁ ଆସୁନି ପାଣି

କେନାଲରେ ପାଣି ଅଛି ହେଲେ ବିଲ ମୁଣ୍ଡରେ ପହଞ୍ଚିପାରୁନି ପାଣି । ସ୍ଥାନୀୟ ଦଶରଥପୁର ବ୍ଲକ କାଟିଆଠାରୁ ଦିହୁଡିସାହି ନାଲପୁର ପର୍ଯ୍ୟନ୍ତ ଯାଇଥିବା ୱାନ ଡି ୱାନ କେନାଲରେ ଦେଖା ଦେଇଛି ଏଭଳି ସମସ୍ୟା ।

water deficity in jajpur, jajpur latest news, jajpur farmers problem, ଯାଜପୁରରେ ଜଳାଭାବ ସମସ୍ୟା, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌, କେନାଲରୁ ଆସୁନି ପାଣି, ଯାଜପୁରରେ ଚାଷୀଙ୍କ ସମସ୍ୟା
କେନାଲରେ ପାଣି ଥାଇ ବି କ୍ଷେତକୁ ଆସୁନି ପାଣି, ଚିନ୍ତାରେ ଚାଷୀ

By

Published : Jul 31, 2020, 6:46 AM IST

ଯାଜପୁର: କେନାଲରେ ପାଣି ଅଛି ହେଲେ ବିଲ ମୁଣ୍ଡରେ ପହଞ୍ଚିପାରୁନି ପାଣି । ସ୍ଥାନୀୟ ଦଶରଥପୁର ବ୍ଲକ କାଟିଆଠାରୁ ଦିହୁଡିସାହି ନାଲପୁର ପର୍ଯ୍ୟନ୍ତ ଯାଇଥିବା ୱାନ ଡି ୱାନ କେନାଲରେ ଦେଖା ଦେଇଛି ଏଭଳି ସମସ୍ୟା । ଏହି କେନାଲର ତେନ୍ତୁଳିଡିହ ନିକଟରେ କେତେକ ବ୍ୟକ୍ତି ଜୋର ଜବରଦସ୍ତ ପାଣିକୁ ଅଟକାଇ ଦେବା ଫଳରେ ତଳ ମୁଣ୍ଡକୁ ଆଦୌ ପାଣି ପହଞ୍ଚିପାରୁନଥିବା ଅଭିଯୋଗ ହୋଇଛି ।

କେନାଲରେ ପାଣି ଥାଇ ବି କ୍ଷେତକୁ ଆସୁନି ପାଣି, ଚିନ୍ତାରେ ଚାଷୀ

ଫଳରେ ଚାଷୀମାନେ ବିଲରେ ଜଳାଭାବ ଯୋଗୁଁ ହତାଶ ହୋଇପଡିଛନ୍ତି । ଏଭଳି ସମସ୍ୟା ଯୋଗୁଁ କୁଆଁଶପାଟ ଅଞ୍ଚଳରେ ଥିବା ଶହ ଶହ ଏକର ଚାଷ ଜମିରେ ପାଣି ପହଞ୍ଚିପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେଣୁ କେନାଲକୁ ସଫା କରାଯାଇ ଜବରଦଖଲ ମୁକ୍ତି କରାଗଲେ ତଳ ମୁଣ୍ଡରେ ପାଣି ପହଞ୍ଚିପାରିବ ଏବଂ ଚାଷୀ ଉପକୃତ ହୋଇପାରିବେ । ଏଥିପ୍ରତି ବିଭାଗୀୟ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details