ଯାଜପୁର: ଜିଲ୍ଲାରେ ପାଳିତ ହୋଇଛି ଜାତୀୟ ପ୍ରତିବାଦ ଦିବସ । ଶୁକ୍ରବାର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ବ୍ୟାସନଗର ଗୋପବନ୍ଧୁ ଛକ ନିକଟରେ ସଂଘର ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।
ଜାତୀୟ ପ୍ରତିବାଦ ଦିବସ: ଶ୍ରମିକଙ୍କ 12 ଘଣ୍ଟା କାର୍ଯ୍ୟ ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବି - ଯାଜପୁର ଖବର
ଜାତୀୟ ପ୍ରତିବାଦ ଦିବସ ଅବସରରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ବ୍ୟାସନଗର ଗୋପବନ୍ଧୁ ଛକ ନିକଟରେ ସଂଘର ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ଜାତୀୟ ପ୍ରତିବାଦ ଦିବସ: ଶ୍ରମିକଙ୍କ 12 ଘଣ୍ଟା କାର୍ଯ୍ୟ ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବି
ଜାତୀୟ ପ୍ରତିବାଦ ଦିବସ: ଶ୍ରମିକଙ୍କ 12 ଘଣ୍ଟା କାର୍ଯ୍ୟ ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବି
ଏହି ପ୍ରତିବାଦ ସଭାରେ ସଂଘର ବହୁ ବରିଷ୍ଠ ନେତୃବୃନ୍ଦଙ୍କ ସହିତ ବହୁ କର୍ମୀ ଯୋଗ ଦେଇଥିଲେ । ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ କଳିଙ୍ଗନଗର ସ୍ଥିତ ସମସ୍ତ କାରଖାନା ସମ୍ମୁଖ ଏବଂ ଜିଲ୍ଲାର ସଦର ମହକୁମାରେ ପ୍ରତିବାଦ ସଭା ପାଳିତ ହୋଇଛି । ତେବେ ଏହି ପ୍ରତିବାଦ ଦିବସରେ ପ୍ରତ୍ୟେକ ଶ୍ରମିକ ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା କାମ କରିବାକୁ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଦାବି ହେଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ