ଯାଜପୁର: ଜିଲ୍ଲାର ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଅଞ୍ଚଳରୁ ନିଖୋଜ ହୋଇଥିବା ଶିଶୁ କନ୍ୟାର ଏଯାଏଁ ପତ୍ତା ମିଳିନାହିଁ । ଘଟଣାକୁ ୫ ମାସ ବିତିବାକୁ ବସିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସ କୌଣସି ଟେର ପାଇନାହିଁ । ଏହାର ପ୍ରତିବାଦ କରି ଆଜି(ସୋମବାର) ପିହୁର ପରିବାର ଲୋକେ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ।
ଘଟଣାର କୌଣସି ତଦନ୍ତ ଆଗକୁ ବଢ଼ୁନଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରିଛନ୍ତି ପରିବାର ଲୋକେ । ପିହୁ ନମିଳିବା ପର୍ଯ୍ୟନ୍ତ ଧାରଣାରେ ବସିବାକୁ ଜିଦ ଧରିଛନ୍ତି ପିହୁର ପରିବାର ଲୋକେ । ଆବଶ୍ୟକ ପଡିଲେ ଆଗକୁ ନବୀନ ନିବାସ ଯିବାକୁ ପଛାଇବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।