ଯାଜପୁର: ରାଜ୍ୟରେ ଆୟୁଷ୍ମାନ ଯୋଜନା ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରିଛି ଚେତନା ଲେଡିଜ କ୍ଲବ । ଏନେଇ ସୋମବାର ଚେତନା ଲେଡିଜ କ୍ଲବ ପକ୍ଷରୁ କଳିଙ୍ଗନଗର ଭୂ ଅର୍ଜନ ଅଧିକାରୀ ସପନ ନନ୍ଦଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ଆୟୁଷ୍ମାନ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି - chetna ladies club
ରାଜ୍ୟରେ ଆୟୁଷ୍ମାନ ଯୋଜନା ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାକୁ ଚେତନା ଲେଡିଜ କ୍ଲବ ଦାବି କରିଥିବା ବେଳେ ସୋମବାର କ୍ଲବ ପକ୍ଷରୁ କଳିଙ୍ଗନଗର ଭୂ ଅର୍ଜନ ଅଧିକାରୀ ସପନ ନନ୍ଦଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର
ତେବେ ସୋମବାର କ୍ଲବର ଶତାଧିକ ସଦସ୍ୟା ଏକତ୍ରିତ ହୋଇ ବ୍ୟାସନଗର ସହର ପରିକ୍ରମା କରିବା ପରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ଏହାସହ ଆୟୁଷ୍ମାନ ଯୋଜନା ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କଲେ ପ୍ରତ୍ୟେକ ନାଗରିକ ଏହାର ସୁଫଳ ପାଇବେ ବୋଲି ଲେଡିଜ କ୍ଲବ ପକ୍ଷରୁ ଦାବି କରାଯାଇଥିଲା l
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ
Last Updated : Aug 26, 2019, 9:25 PM IST