ଓଡିଶା

odisha

ETV Bharat / state

କମୁଛି ବୈତରଣୀ, ଖରସ୍ରୋତା ଓ ବ୍ରାହ୍ମଣୀର ଜଳସ୍ତର

ଜିଲ୍ଲାର ପ୍ରମୁଖ ନଦୀ ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତାରେ ବନ୍ୟା ଆସବା ଫଳରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଶନିବାର ସକାଳ ସୁଦ୍ଧା ସବୁ ନଦୀରେ ଜଳସ୍ତର ଖସିଥିବାବେଳେ ସବୁ ନଦୀ ଏବେବି ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି।

କମୁଛି ବୈତରଣୀ, ଖରସ୍ରୋତା ଓ ବ୍ରାହ୍ମଣୀ ଜଳସ୍ତର, ସବୁ ନଦୀ ବିପଦ ସଙ୍କେତ ଉପରେକମୁଛି ବୈତରଣୀ, ଖରସ୍ରୋତା ଓ ବ୍ରାହ୍ମଣୀ ଜଳସ୍ତର, ସବୁ ନଦୀ ବିପଦ ସଙ୍କେତ ଉପରେ
କମୁଛି ବୈତରଣୀ, ଖରସ୍ରୋତା ଓ ବ୍ରାହ୍ମଣୀ ଜଳସ୍ତର, ସବୁ ନଦୀ ବିପଦ ସଙ୍କେତ ଉପରେକମୁଛି ବୈତରଣୀ, ଖରସ୍ରୋତା ଓ ବ୍ରାହ୍ମଣୀ ଜଳସ୍ତର, ସବୁ ନଦୀ ବିପଦ ସଙ୍କେତ ଉପରେ

By

Published : Aug 29, 2020, 11:24 AM IST

Updated : Aug 29, 2020, 1:03 PM IST

ଯାଜପୁର: ବହୁ ବର୍ଷ ପରେ ଜିଲ୍ଲାବାସୀ ଏକ ବଡ଼ ବନ୍ୟାକୁ ସାମ୍ନା କରିଛନ୍ତି। ଜିଲ୍ଲାର ପ୍ରମୁଖ ନଦୀ ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତାରେ ବନ୍ୟା ଆସବା ଫଳରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଶନିବାର ସକାଳ ସୁଦ୍ଧା ସବୁ ନଦୀରେ ଜଳସ୍ତର ଖସିଥିବାବେଳେ ସବୁ ନଦୀ ଏବେବି ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି।

କମୁଛି ବୈତରଣୀ, ଖରସ୍ରୋତା ଓ ବ୍ରାହ୍ମଣୀର ଜଳସ୍ତର

ବନ୍ୟା ଯୋଗୁଁ ହଜାର ହଜାର ଉର୍ଦ୍ଧ୍ବ ଗାଁ ପାଣି ଘେରରେ ରହିଛି । ପ୍ରଶାସନ ସୂଚନା ଅନୁସାରେ ଜିଲ୍ଲାର ୧୨୪ ପଞ୍ଚାୟତର ୫୩୦ଟି ଗାଁ ସମ୍ପୂର୍ଣ୍ଣ ଭାବେ ପାଣି ଘେରରେ ରହିଛି । ଜିଲ୍ଲାରେ ୪ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଜିଲ୍ଲାର ୧୨ଟି ଦମକଳ ବାହିନୀ ସହ ୪ଟି ଓଡ୍ରାଫ ଓ ୨ଟି ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ କରିବା ସହ ପାଣି ଘେରରେ ରହୁଥିବା ଲୋକଙ୍କ ପାଖରେ ସେବା ପହଞ୍ଚାଛନ୍ତି। ତେବେ ବନ୍ୟା ଯୋଗୁଁ ଜିଲ୍ଲାର ୬ଟି ବ୍ଳକରେ ୨୨ଟି ଘାଇ ସୃଷ୍ଟି ହୋଇଛି । ଏପଟେ ଯାଜପୁର ବ୍ଳକରେ କାନ୍ଥ ପଡି ଜଣେ ୨ମାସର ଶିଶୁ କନ୍ୟାର ମୃତ୍ୟୁ ଘଟିଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Aug 29, 2020, 1:03 PM IST

ABOUT THE AUTHOR

...view details