ଯାଜପୁର: ଅଜଣା ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ଯାଜପୁର ରୋଡ ଥାନା ବ୍ୟାସ ସରୋବର ସ୍ଥିତ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିର ପରିଚୟ ଜଣାପଡିନାହିଁ ।
ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - jajpur latest news
ଯାଜପୁର ରୋଡ ଥାନା ବ୍ୟାସ ସରୋବର ସ୍ଥିତ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...
ଅଜଣା ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ହତ୍ୟା ସନ୍ଦେହ
ଅଜଣା ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ହତ୍ୟା ସନ୍ଦେହ
ସୂଚନାଅନୁଯାୟୀ ଯାଜପୁର ରୋଡ ଥାନା ଅନ୍ତର୍ଗତ ବ୍ୟାସ ସରୋବର ସ୍ଥିତ ଫରେଷ୍ଟ ଜଙ୍ଗଲକୁ କିଛି ଲୋକ ଗୋରୁ ଚରେଇବାକୁ ଆସିଥିଲେ ଆଉ ସେଠାରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ମୃତ ଦେହ ଦେଖିଥିଲେ। ଏହା ପରେ ବହୁ ଖୋଜ ଖବର କଲା ପରେ ବି ମୃତଦେହର କିଛି ସନ୍ଧାନ ପାଇନଥିଲେ। ଶେଷରେ ଯାଜପୁର ରୋଡ ପୋଲିସକୁ ଖବର ଦେଇଥିଲେ। ତେବେ ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜିବା ସହିତ ମୃତର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ