ଯାଜପୁର: ବନ୍ଧା ହେଲେ ନିର୍ଦ୍ଦୟ ଶାଶୁ-ଶ୍ବଶୁର । ମହଙ୍ଗା ପଡିଲା ଗାଁ ଦାଣ୍ଡରେ ବୋହୂକୁ ଅତ୍ୟାଚାର । ଗାଁ ଦାଣ୍ଡରେ ବୋହୂକୁ ଅମାନବୀୟ ଭାବେ ଅତ୍ୟାଚାର କରି ହାଜତକୁ ଗଲେ ଶାଶୁ-ଶ୍ବଶୁର । ଗତ ବୁଧବାର ଯାଜପୁର ଜିଲ୍ଲାରେ ସର୍ବସମ୍ମୁଖରେ ନିଜ ବୋହୂକୁ ଗାଁ ଦାଣ୍ଡରେ ଚୁଟି ଘୋଷାଡି ଘୋଷାଡି ଅକଥନୀୟ ଅତ୍ୟାଚାର କରିବା ଭିଡିଓ ଭାଇରାଲ ହୋଇଥିଲା ।
ଦିନ ଦ୍ବିପ୍ରହରରେ କୂଳବୋହୂକୁ ଅତ୍ୟାଚାର କରି ଚାଲିଥିଲେ ଶାଶୂ-ଶ୍ବଶୁର । କେହି ପ୍ରତିବାଦ କରି ନଥିଲେ । ସଭିଏଁ ସାଜିଥିଲେ ନିରବ ଦ୍ରଷ୍ଟା । ଏହି ଭିଡିଓ ଭାଇରାଲ ହେବା ପରେ ହସ୍ତକ୍ଷେପ କରିଛି ପୋଲିସ । ନିର୍ଦ୍ଦୟୀ ଶାଶୁ-ଶ୍ବଶୁର ସହ ସଞ୍ଜନାଙ୍କ ସ୍ବାମୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।