ଓଡିଶା

odisha

ETV Bharat / state

Excise Dept Raid; ଡୁପ୍ଲିକେଟ ମଦ ତିଆରି ସରଞ୍ଜାମ ଜବତ, ୩ ଗିରଫ

କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ରଗଡି ଛକରେ ଚଢ଼ାଉ କରାଯାଇଛି । ୧୫୦ ଲିଟର ଡୁପ୍ଲିକେଟ ସ୍ପିରିଟ ସମେତ ବିଭିନ୍ନ ମଦ ତିଆରି ସରଞ୍ଜାମ ଜବତ ହେବା ସହ ୩ ଗିରଫ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ: ଡୁପ୍ଲିକେଟ ମଦ ତିଆରି ସରଞ୍ଜାମ ଜବତ, ୩ ଗିରଫ
ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ: ଡୁପ୍ଲିକେଟ ମଦ ତିଆରି ସରଞ୍ଜାମ ଜବତ, ୩ ଗିରଫ

By

Published : Dec 2, 2021, 4:48 PM IST

Updated : Dec 2, 2021, 5:51 PM IST

ଯାଜପୁର: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ରଗଡି ଛକରେ ଚଢ଼ାଉ କରାଯାଇଛି । ୧୫୦ ଲିଟର ଡୁପ୍ଲିକେଟ ସ୍ପିରିଟ ସମେତ ବିଭିନ୍ନ ମଦ ତିଆରି ସରଞ୍ଜାମ ଜବତ ହେବା ସହ ୩ ଗିରଫ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ମୁତାବକ ଆଜି(ଗୁରୁବାର) ସକାଳୁ ପଶ୍ଚିମବଙ୍ଗରୁ ଏକ ବସ ଯୋଗେ ରଗଡି ଛକକୁ ବ୍ୟାପକ ଡୁପ୍ଲିକେଟ ମଦ ତିଆରି ସରଞ୍ଜାମ ଆସୁଥିବା ଅବକାରୀ କମିଶନର ଆଶିଷ କୁମାର ସିଂ ଜାଣିବାକୁ ପାଇଥିଲେ । ଏହାପରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡିଏସପି ପ୍ରବୀର କୁମାର ସମାଲଙ୍କୁ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ: ଡୁପ୍ଲିକେଟ ମଦ ତିଆରି ସରଞ୍ଜାମ ଜବତ, ୩ ଗିରଫ

ତେବେ ଡିଏସପି ସାମଲଙ୍କ ତତ୍ତ୍ବାବାଧାନରେ ଅବକାରୀ ଅଧିକାରୀ ସନ୍ତୋଷ କୁମାର ଖଟୁଆ ଏକ ୧୫ ଜଣିଆ ଟିମ ଧରି ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ଟମକା ଥାନା ବାଦବିଲି ଅଞ୍ଚଳର ମୋତି ରଞ୍ଜନ ଚକ୍ର, ବିଜୟ କୁମାର ଚକ୍ର ଓ ପାଣିକୋଇଲି ଥାନା ସୋତି ଗାଁର ରମେଶ କୁମାର ନାୟକଙ୍କୁ ଡୁପ୍ଲିକେଟ ମଦ ତିଆରି ସରଞ୍ଜାମ ସହିତ ଗିରଫ କରିବାରେ ସଫଳ ହେଇଥିଲେ ।

ଏଥିସହିତ ଏହି ଅଭିଯୁକ୍ତଙ୍କ ନିକଟରୁ ୧୫୦ ଲିଟର ଡୁପ୍ଲିକେଟ ସ୍ପିରିଟ, ୧ ହଜାର ଡୁପ୍ଲିକେଟ ଠିପି, ୫୦ ବୋତଲ ନକଲି ମଦ ଓ ଏକ ବାଇକ ଜବତ କରିଥିଲେ । ତେବେ ଆଜି ଏହି ତିନିଜଣ ଅଭିଯୁକ୍ତଙ୍କୁ ଅଧିକ ତଦନ୍ତ ପାଇଁ କଟକ କେନ୍ଦ୍ରାଞ୍ଚଳ କମିଶନରଙ୍କ ନିକଟରେ ଉପସ୍ଥିତ କରିବେ ବୋଲି ଜଣାପଡ଼ିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 2, 2021, 5:51 PM IST

ABOUT THE AUTHOR

...view details