ଓଡିଶା

odisha

ETV Bharat / state

ଯାଜପୁର ଲୋକ ଅଦାଲତରେ କୋଟି କୋଟି ଟଙ୍କା ଆଦାୟ - jajpur lok adalat

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଲୋକ ଅଦଲାତ ଅନୁଷ୍ଠିତ । ଏହି ଲୋକ ଅଦାଲତରେ ବିଭିନ୍ନ ପ୍ରକାର ମୋକଦ୍ଦମା ରହିଥିବାବେଳେ ଜୋରିମାନା ବାବଦକୁ କୋଟି କୋଟି ଟଙ୍କା ଆଦାୟ ହୋଇଛି । ଅଧିକ ପଢନ୍ତୁ...

ଯାଜପୁର ଲୋକ ଅଦାଲତରେ  କୋଟି କୋଟି ଟଙ୍କା ଆଦାୟ
ଯାଜପୁର ଲୋକ ଅଦାଲତରେ କୋଟି କୋଟି ଟଙ୍କା ଆଦାୟ

By

Published : Feb 9, 2020, 11:50 AM IST

ଯାଜପୁର: ଜିଲ୍ଲା ମୁଖ୍ୟବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲ୍ଲା ଦୌରା ଜଜ ବିରଞ୍ଚି ନାରାୟଣ ମିଶ୍ର ଆନୁଷ୍ଠନିକ ଭାବରେ ଉଦଘାଟନ କରିଥିଲେ ।

ଯାଜପୁରରେ ଲୋକ ଅଦାଲତ କରି କୋଟି କୋଟି ଟଙ୍କା ଆଦାୟ

ଏହି ଲୋକ ଅଦାଲତରେ ଅପରାଧିକ ମାମଲା, ଚେକ ବାଉନ୍ସ ମାମଲା ଓ ବ୍ୟାଙ୍କ ପ୍ରିଲିଟିକେସନ ମାମଲା ସହ ମୋଟ 573 ଗୋଟି ମୋକଦ୍ଦମା ଫୈସଲା ହୋଇଥିଲା । ସେଥିମଧ୍ୟରୁ 494 ଗୋଟି ଫୌଜଦାରୀ, 23ଟି ମୋଟର ଦୁର୍ଘଟଣା ଜନିତ ମାମଲା, 50 ଦେଓ୍ୟାନି, 6ଟି ପାରିବାରିକ କହଳ ମୋକଦ୍ଦମା ରହିଛି।

ସେହିଭଳି ଜୋରିମାନା ବାବଦକୁ ମୋଟ ଟ 1 କୋଟି 41 ଲକ୍ଷ 81 ହଜାର 929 ଟଙ୍କା ଆଦାୟ କରାଯାଇଛି । ଏହି ଲୋକ ଅଦାଲତରେ 246 ଗୋଟି ବ୍ୟାଙ୍କ ମାମଲା ଫଇସଲା କରାଯାଇ ମୋଟ ଟ.53 ଲକ୍ଷ 83 ହଜାର 361 ଟଙ୍କା ଆଦାୟ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details