ପାରାଦୀପ: ମହାନଦୀରେ ବୁଲୁଛି କୁମ୍ଭୀର । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁତମୁଣ୍ଡାଇରୁ କେନ୍ଦ୍ରାପଡାକୁ ସଂଯୋଗ କରୁଥିବା ପୋଲ ନିକଟରେ । ତେବେ ଏହି କୂମ୍ଭୀର ବୁଲୁଥିବା ନେଇ ସ୍ଥାନୀୟ ଲୋକେ ଦେଖିବା ସହ ନିଜ ନିଜ ମୋବାଇଲରେ ଏହି ଭିଡିଓକୁ କଏଦ କରିଛନ୍ତି ।
ତେବେ ପୋଲ ଉପରୁ ଏହି ଭିଡିଓକୁ ବେଶ୍ ଉତ୍ସୁକତାର ସହ ଉତ୍ତୋଳନ କରୁଥିବାର ଏହି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ସେପଟେ ସ୍ଥାନୀୟ ଲୋକେ କୁମ୍ଭୀରକୁ ଦେଖିଥିବା କହୁଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପ୍ରତ୍ୟେକ ଦିନ ମହାନଦୀ ଉପରେ ସ୍ଥାନୀୟ ଲୋକେ ନିର୍ଭର କରୁଥିବା ବେଳେ ମତ୍ସ୍ୟଜୀବୀ ମାନେ ମଧ୍ୟ ଛୋଟ ଡଙ୍ଗା ସାହାଯ୍ୟରେ ମହାନଦୀରୁ ମାଛ ଧରିଥାନ୍ତି ।