ଓଡିଶା

odisha

ETV Bharat / state

ଯାଜପୁରରେ କୁମ୍ଭୀର ପଶିବା ଘଟଣା: ଭିଡିଓ ପଛର ସତ୍ୟତା କହିଲେ ଫରେଷ୍ଟ ରେଞ୍ଜର ଅଫିସର - Crocodile in Jajpur

ଗୁରୁବାର ବିଭିନ୍ନ ଗଣମାଧ୍ୟମରେ ସ୍ଥାନ ପାଇଥିବା ଗାଁ ଦାଣ୍ଡରେ କୁମ୍ଭୀର ଖବରଟିର ସତ୍ୟତା ନେଇ ଉଠିଛି ପ୍ରଶ୍ନବାଚୀ ? ତେବେ ଏହି ଭିଡିଓ ପଛର ସତ୍ୟତାକୁ ସନ୍ଧାନ କରିଛି ‘ଇଟିଭି ଭାରତ’ ଟିମ ।

ଯାଜପୁରରେ କୁମ୍ଭୀର ପଶିବା ଘଟଣା: ଭିଡିଓ ପଛର ସତ୍ୟତା କହିଲେ ଫରେଷ୍ଟ ରେଞ୍ଜର ଅଫିସର
ଯାଜପୁରରେ କୁମ୍ଭୀର ପଶିବା ଘଟଣା: ଭିଡିଓ ପଛର ସତ୍ୟତା କହିଲେ ଫରେଷ୍ଟ ରେଞ୍ଜର ଅଫିସର

By

Published : Aug 27, 2020, 9:46 PM IST

ଯାଜପୁର: ଗୁରୁବାର ବିଭିନ୍ନ ଗଣମାଧ୍ୟମରେ ସ୍ଥାନ ପାଇଥିବା ଗାଁ ଦାଣ୍ଡରେ କୁମ୍ଭୀର ଖବରଟିର ସତ୍ୟତା ନେଇ ଉଠିଛି ପ୍ରଶ୍ନବାଚୀ ? ତେବେ ଏହି ଭିଡିଓ ପଛର ସତ୍ୟତାକୁ ସନ୍ଧାନ କରିଛି ‘ଇଟିଭି ଭାରତ’ ଟିମ । ଏନେଇ ଆମେ ଯାଜପୁର ରୋଡ ଫରେଷ୍ଟ ରେଞ୍ଜର ଅଫିସରଙ୍କୁ ପଚାରି ବୁଝିଥିଲୁ । ତେବେ ଭିଡିଓ ପଛର କୌଣସି ସତ୍ୟତା ନଥିବା ସେ କହିଛନ୍ତି ।

ଯାଜପୁରରେ କୁମ୍ଭୀର ପଶିବା ଘଟଣା: ଭିଡିଓ ପଛର ସତ୍ୟତା କହିଲେ ଫରେଷ୍ଟ ରେଞ୍ଜର ଅଫିସର

କିଛି ଆଞ୍ଚଳିକ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସେ ଯାଜପୁର ଦଶରଥପୁର ଦତ୍ତପୁର ଗ୍ରାମକୁ ଯାଇ ସେଠାରେ ସତ୍ୟତା ପରଖିଥିଲେ । ତେବେ ଗାଁରେ କୌଣସି କୁମ୍ଭୀର ପସି ନଥିବାର ସେ କହିଛନ୍ତି । ଏହି ଭିଡିଓ କୌଣସି ଦୁର୍ବୃତ୍ତ ଚକ୍ରାନ୍ତ କରି ଭାଇରାଲ କରିଥିବାର ସେ କହିଛନ୍ତି । ତେବେ ଦଶରଥପୁର ଆଖାପାଖ ଅଞ୍ଚଳର କୌଣସି ଗାଁରେ ଏମିତି କୁମ୍ଭୀର ଦେଖାଯାଇଥିବା ଖବର ତାଙ୍କ ପାଖରେ ନାହିଁ ବୋଲି ଫରେଷ୍ଟ ରେଞ୍ଜର ଅଫିସର ଦେବେନ୍ଦ୍ର କୁମାର ପଟ୍ଟନାୟକ କହିଛନ୍ତି । ଏଥିପାଇଁ କୌଣସି ଭୟବତ ନହେବା ପାଇଁ ସେ କହିଛନ୍ତି ଏବଂ ସୋସିଆଲ ମିଡିଆ ଭାଇରାଲ ଭିଡିଓକୁ ଭିତ୍ତ କରି ଖବର ପ୍ରସାରଣ ନ କରିବାକୁ ସେ ଅନୁରୋଧ କରିଛନ୍ତି ।

ଉଲ୍ଲେଖଥାଉ କି, ଗୁରୁବାର ବିଭିନ୍ନ ଆଞ୍ଚଳିତ ଗଣମାଧ୍ୟମରେ ସ୍ଥାନ ପାଇଥିଲା ଗାଁ ଦାଣ୍ଡରେ କୁମ୍ଭୀର ବୁଲିବାର ଘଟଣା । କୌଣସି ଏକ ଜନବସତି ସ୍ଥାନରେ ବନ୍ୟା ପାଣିରେ କୁମ୍ଭୀରଟି ଭାସି ଆସିଥିବାର ଦେଖିବାକୁ ମିଳୁଛି । ଆଉ ଯାହାକୁ ନେଇ ଆତଙ୍କିତ ଅଛନ୍ତି ଉପସ୍ଥିତ ଲୋକେ । ମାତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି କେଉଁ ସ୍ଥାନର ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details