ଯାଜପୁର: ଯାଜପୁରରେ ପହଞ୍ଚିଲା କୋଭିଡ-19ର ରାପିଡ୍ ରେସପନ୍ସ ଟିମ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି କୋରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି । ପରେ, ଦଶରଥପୁର କଟିକଟା ଅଭିମୁଖେ ଏହି ଟିମ ଗସ୍ତ କରିଛି । ଜିଲ୍ଲା ସ୍ବାସ୍ଥ ଟିମ୍ ଓ ବରିଷ୍ଠ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି । ତେବେ ଯାଜପୁର ଜିଲ୍ଲାରେ ଗୋଟେ ଦିନରେ ୧୭ କୋରୋନା ଚିହ୍ନଟ ପରେ ଆଜି 3 ଚିହ୍ନଟ ହୋଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି ।
ଯାଜପୁରରେ କୋଭିଡ-19ର ରାପିଡ୍ ରେସପନ୍ସ ଟିମ୍ - covid-19 rapid response team
ଯାଜପୁରରେ କୋଭିଡ-19ର ରାପିଡ୍ ରେସପନ୍ସ ଟିମ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ସମ୍ପର୍କରେ କଲେ ଆଲୋଚନା । ଅଧିକ ପଢନ୍ତୁ...

ଯାଜପୁରରେ କୋଭିଡ-19ର ରାପିଡ୍ ରେସପନ୍ସ ଟିମ୍
ଯାଜପୁରରେ କୋଭିଡ-19ର ରାପିଡ୍ ରେସପନ୍ସ ଟିମ୍
ଏଥି ସହିତ ଜିଲ୍ଲାରେ ୧୦ ବ୍ଲକ ମଧ୍ୟରୁ ୪ଟି ବ୍ଲକରେ ଦେଖାଦେଇଛି କୋରୋନା ରୋଗର ସଂକ୍ରମଣ । ଜିଲ୍ଲାରେ ସର୍ବାଧିକ ଦଶରଥପୁର ବ୍ଲକରେ ୨୬ , ଯାଜପୁର ବ୍ଲକରେ ୮, କୋରେଇ ଓ ରସୁଲପୁରରେ ଜଣେ ଲେଖାଁଏ କୋରୋନା ପଜେଟିଭ ଚିହ୍ନଟ ହୋଇଛି । ଯାହାକି ଜିଲ୍ଲାବାସୀଙ୍କ ଚିନ୍ତା ବଢ଼େଇ ଦେଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ