ଓଡିଶା

odisha

By

Published : May 15, 2020, 6:08 PM IST

ETV Bharat / state

ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ

ପାରିବାରିକ କଳହର କରୁଣ ପରିଣତି । ବିଷ ପିଇ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାଟି ହେଉଛି ଯାଜପୁର ସଦର ଥାନା ସାମନ୍ତରାପୁର ଗାଁର ।

suicide after fight, couple committed suicide in jajpur, jajpur latest news, couple committed suicide by gulping poison, couple committed suicide, ପାରିବାରିକ କଳହରୁ ଆତ୍ମହତ୍ୟା, ଯାଜପୁରରେ ଦମ୍ପତ୍ତିଙ୍କ ଆତ୍ମହତ୍ୟା, ବିଷ ପିଇ ଦମ୍ପତ୍ତିଙ୍କ ଆତ୍ମହଚ୍ୟା, ଦମ୍ପତ୍ତିଙ୍କ ଆତ୍ମହତ୍ୟା, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌
ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ

ଯାଜପୁର: ପାରିବାରିକ କଳହର କରୁଣ ପରିଣତି । ବିଷ ପିଇ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାଟି ହେଉଛି ଯାଜପୁର ସଦର ଥାନା ସାମନ୍ତରାପୁର ଗାଁର । ଗୁରୁବାର ବିଳମ୍ବିତ ରାତିରେ ଗାଁର ପ୍ରଶାନ୍ତ ବିଶ୍ବାଳ ଓ ପତ୍ନୀ ଚୁମୁକୀ ବିଶ୍ବାଳଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ଏହାପରେ ଉଭୟଙ୍କର ପ୍ରବଳ ବାନ୍ତି ହେବାରୁ ପଡୋଶୀଙ୍କ ସହାୟତାରେ ଉଭୟଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ

ସୂଚନା ଅନୁଯାୟୀ ଗୁରୁବାର ରାତିରେ ଝଗଡା ପରେ ଉଭୟେ ଖାଇ ସାରି ଶୋଇଥିଲେ । ହେଲେ ହଠାତ୍‌ ଉଭୟଙ୍କ ବାନ୍ତି ହେବା ପରେ ଉଭୟଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଏନେଇ ପଡୋଶୀ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଉଭୟେ ଖାଇବା ସମୟରେ ବିଷ ପିଇଥିବା ସନ୍ଦେହ କରାଯାଉଛି ।

ଏନେଇ ପୋଲିସ ଅଭିଯୋଗ ପାଇବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ପ୍ରଶାନ୍ତଙ୍କର ଗୋଟିଏ ଦେଢ଼ ବର୍ଷର ଛୋଟ ଝିଅ ରହିଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details