ଯାଜପୁର: କୋରେଇ ବ୍ଲକରେ ବାଟବଣା ମନରେଗା (MGNREGA) ଯୋଜନା । ସରକାର ଶ୍ରମିକଙ୍କୁ କାମ ଯୋଗାଇ ଦେବା ଲକ୍ଷ୍ୟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆରମ୍ଭ କରିଥିଲେ । ମାତ୍ର ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି । ମଣିଷ ବଦଳରେ ମନରେଗା ଯୋଜନାରେ ସେସିନ ଲଗାଇ ରାତି ଅଧିଆ କାମ କରାଯାଉଛି । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ କରଦା ପଞ୍ଚାୟତର ପଳସା ଗାଁରୁ । ଗ୍ରାମରେ ଥିବା ଖେଳ ପଡିଆରେ ରାତିଅଧିଆ ମେସିନ ଲଗାଇ କାମ କରାଯାଉଥିବା କ୍ୟାମେରାରେ କଏଦ ହୋଇଛି ।
ଏହି ପଞ୍ଚାୟତରେ ଅଧିକାଂଶ ଲୋକ ଗରିବ ଶ୍ରେଣୀର ଜବକାର୍ଡ ଧାରୀ ଥିବାବେଳେ ସେମାନଙ୍କ ବଦଳରେ ମେସିନ ଲଗାଇ ଟଙ୍କା ହଡପ କରୁଛନ୍ତି କିଛି ଅସାଧୁ କର୍ମଚାରୀ । ଯାହାକୁ ନେଇ ଗ୍ରାମରେ ତୀବ୍ର ଉଦବେଗ ପ୍ରକାଶ ପାଇଛି । ଏନେଇ ଜେଇଙ୍କୁ ଜଣାନଥିବା ବେଳେ ମନରେଗାରେ ଖେଳପଡିଆ କାମ ହେବାକୁ ଥିବା ଗ୍ରାମବାସୀ ଜାଣିବାକୁ ପାଇଛନ୍ତି । ଖାଲି ସେତିକି ନୁହେଁ କାମ ଚାଲିଛି, ଫଳକ ମଧ୍ୟ ତିଆରି ହେଇଛି ମାତ୍ର କି କାମ ଆଉ କେତେ ଟଙ୍କା ବ୍ୟୟ ଅଟକଳରେ କାମ ହେଉଛି ତାହା ଦର୍ଶା ଯାଇନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ l