ଓଡିଶା

odisha

ETV Bharat / state

ନଗଡାରେ ଆରମ୍ଭ ହେଲା କୋଭିଡ ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ

ଏକ 7 ଜଣିଆ ଡାକ୍ତରୀ ଟିମଙ୍କ ଦ୍ବାରା ବହୁଚର୍ଚ୍ଚିତ ନଗଡା ଅଞ୍ଚଳ ପରିଦର୍ଶନ କରି ଗ୍ରାମବାସୀଙ୍କ କୋଭିଡ ଟେଷ୍ଟ ସହ ଟୀକାକରଣ କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ...

By

Published : Jul 4, 2021, 8:34 PM IST

ନଗଡାରେ ଆରମ୍ଭ ହେଲା କୋଭିଡ ଟେଷ୍ଟ ସାଙ୍ଗକୁ ଟୀକାକରଣ କାର୍ଯ୍ୟକ୍ରମ
ନଗଡାରେ ଆରମ୍ଭ ହେଲା କୋଭିଡ ଟେଷ୍ଟ ସାଙ୍ଗକୁ ଟୀକାକରଣ କାର୍ଯ୍ୟକ୍ରମ

ଯାଜପୁର: ବହୁଚର୍ଚ୍ଚିତ ନଗଡାରେ ଆରମ୍ଭ ହୋଇଛି କୋରୋନା ଟୀକାକରଣ ସମେତ କୋଭିଡ ପରୀକ୍ଷା । ଗତ 28 ତାରିଖରେ ଟୀକାକରଣ ହୋଇଥିଲା ଏବଂ ସେଥିରେ 176 ଜଣଙ୍କୁ ଟୀକାକରଣ କରାଯାଇଥିଲା । କିନ୍ତୁ କୋରୋନା ଟେଷ୍ଟ ସମୟରେ ମାତ୍ର 69 ଜଣଙ୍କ ପରୀକ୍ଷା କରାଯାଇଥିଲା । ଆଉ ସବୁଠୁ ବଡ କଥା ହେଉଛି କୌଣସି ଜଣଙ୍କର ବି ପଜିଟିଭ ବାହାରିନାହିଁ ।

ନଗଡାରେ ଆରମ୍ଭ ହେଲା କୋଭିଡ ଟେଷ୍ଟ ସାଙ୍ଗକୁ ଟୀକାକରଣ କାର୍ଯ୍ୟକ୍ରମ

କୋରୋନା ଟେଷ୍ଟ ପାଇଁ ସୁକିନ୍ଦା ଡାକ୍ତରଖାନାର ଅଧିକାରୀ ଡାକ୍ତର ଜୟଦେବ ନନ୍ଦଙ୍କ ନେତୃତ୍ବରେ ଏକ 7 ଜଣିଆ ଡାକ୍ତରୀ ଦଳ ସହ ନଗଡା ଯାଇଥିଲେ । ଆଗାମୀ ଦିନରେ ଆଉ ଏକ ଦିନ ଧାର୍ଯ୍ୟ କରି ଟୀକାକରଣ ଓ କୋରୋନା ଟେଷ୍ଟ କରାଯିବ ବୋଲି ସୁକିନ୍ଦା ମେଡିକାଲ ଅଫିସର ଡାକ୍ତର ନନ୍ଦ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details