ଯାଜପୁର: ଯାଜପୁର ଜିଲ୍ଲାରେ ଦିନକୁ ଦିନ କୋରୋନାର କାୟା ବିସ୍ତାର ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 900 ପାର ହୋଇସାରିଲାଣି । ଏଥିପାଇଁ ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଦୋକାନ ବଜାର ଖୋଲା ରହିବା ଫଳରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେଥିପାଇଁ ଜିଲାପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।
ଯାଜପୁରରେ କୋରୋନା ନିୟମ କଡାକଡି - କୋରୋନା ନିୟମ କଡାକଡି
ଯାଜପୁର ଜିଲ୍ଲାରେ ଦିନକୁ ଦିନ କୋରୋନାର କାୟା ବିସ୍ତାର ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 900 ପାର ହୋଇସାରିଲାଣି । ଏଥିପାଇଁ ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଦୋକାନ ବଜାର ଖୋଲା ରହିବା ଫଳରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେଥିପାଇଁ ଜିଲାପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।
ଯାଜପୁରରେ କୋରୋନା ନିୟମ କଡାକଡି
ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ନେତୃତ୍ୱରେ ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ଟ୍ରାପିଂକ ଚେକିଂ କରାଯିବା ସହିତ ମାସ୍କ ପିନ୍ଧିବା ନିୟମକୁ କଡାକଡି କରାଯାଇଛି । କୌଣସି କାରଣ ନଥାଇ ଘରୁ ବାହାରୁଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଏହି ଚଢ଼ାଉ ଟିମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଏସପି ଜୟରାମ ଶତପଥିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ