ଓଡିଶା

odisha

ETV Bharat / state

କୋରୋନା ପ୍ରଭାବ: ଆସନ୍ତା ୨୧ରୁ ବାରୁଣୀ ମେଳା ବାତିଲ

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଆସନ୍ତା ୨୧ ତାରିଖରୁ ବୈତରଣୀ ନଦୀରେ ହେବାକୁ ଥିବା ବାରୁଣୀ ମେଳାକୁ ବାତିଲ କରାଯାଇଛି । ଜିଲାରେ ୧୪୪ ଧାରା ଲାଗୁ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Mar 16, 2020, 7:39 PM IST

କୋରୋନା ପ୍ରଭାବ: ଆସନ୍ତା ୨୧ ତାରିଖରୁ ବାରୁଣୀ ମେଳା ବାତିଲ
କୋରୋନା ପ୍ରଭାବ: ଆସନ୍ତା ୨୧ ତାରିଖରୁ ବାରୁଣୀ ମେଳା ବାତିଲ

ଯାଜପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲା ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ୨୧ ତାରିଖରୁ ବୈତରଣୀ ନଦୀରେ ହେବାକୁ ଥିବା ବାରୁଣୀ ମେଳାକୁ ବାତିଲ କରାଯାଇଛି । ସେହିପରି ସାରା ଜିଲ୍ଲାରେ ହେବାକୁ ଥିବା ସମସ୍ତ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲଗାଯାଇଛି । ଜିଲାରେ ୧୪୪ ଧାରା ଲାଗୁ କରାଯାଇ କୌଣସି ଗୋଟିଏ ଜାଗାରେ ୫ରୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ନହେବା ପାଇଁ ପରାମର୍ଶ ଦିଆଯାଇଛି ।

କୋରୋନା ପ୍ରଭାବ: ଆସନ୍ତା ୨୧ ତାରିଖରୁ ବାରୁଣୀ ମେଳା ବାତିଲ

ସମସ୍ତ ହାଟ ଓ ବଜାର ଉପରେ ନଜର ରଖାଯାଇଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପାଖକୁ ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ ମଧ୍ୟ ଜିଲା ପ୍ରଶାସନ କଟକଣା ଜାରି କରିଛି । ପଞ୍ଚାୟତ ସ୍ତରରେ ଅଙ୍ଗନୱାଡି କର୍ମୀମାନେ ଲୋକଙ୍କୁ ସଚେତନ କରିବେ । ପ୍ରତ୍ୟେକ ପଞ୍ଚାୟତରେ ହେଲପ୍‌ଲାଇନ ଖୋଲାଯିବ ବୋଲି ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏଥି ସହିତ ଜିଲ୍ଲାର କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟିକୁ ବାତିଲ କରାଯାଇଛି । କୋରୋନା ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା ପାଇଁ ଜିଲା ସଦର ମହକୁମା ଡାକ୍ତରଖାନା ପରିସରରେ ସ୍ବତନ୍ତ୍ର ୱାର୍ଡ ନିର୍ମାଣ ଚାଲିଛି । କୋରୋନାକୁ ନେଇ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖାଯିବ ଏବଂ ଆବଶ୍ୟକ ପଡିଲେ ସେମାନଙ୍କୁ ଗିରଫ କରାଯିବ ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି । ଆଜି ଏନେଇ ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଜିଲାପାଳ, ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details