ଓଡିଶା

odisha

ETV Bharat / state

ପଦଯାତ୍ରା କରି କୋରୋନା ସଚେତନ କରାଇଲା ବରୀ ପୋଲିସ - ଯାଜପୁର ଖବର

ଲୋକଙ୍କୁ କୋରୋନା ଭୂତାଣୁ ସମ୍ପର୍କରେ ସଚେତନ କରାଇବାକୁ ଆଗେଇ ଆସିଛି ବରୀ ପୋଲିସ । ପଦଯାତ୍ରା କରି ହାତରେ ଫ୍ଲା କାର୍ଡ ଧରି ଲୋକମାନଙ୍କୁ ସାମାଜିକ ଦୂରତା ମାନିବା, ମାସ୍କ ପିନ୍ଧିବା ଏବଂ ହାତକୁ ଧୋଇବା ଦ୍ବାରା କୋରୋନା ମହାମାରୀକୁ ଦୂରେଇ ପାରିବା ବୋଲି ସଚେତନ କରାଯାଇଛି ।

ପଦଯାତ୍ରା କରି କୋରୋନା ସଚେତନ କରାଇଲା ବରୀ ପୋଲିସ

By

Published : Jun 4, 2020, 4:36 PM IST

ଯାଜପୁର: ବିଶ୍ୱବ୍ୟାପୀ ତାଣ୍ଡବ ରଚିଥିବା ମହାମାରୀ କୋରୋନାର ମୁକାବିଲା ପାଇଁ ପ୍ରୟାସ ଜାରି ରହିଛି । ଏହି କ୍ରମରେ ଲୋକଙ୍କୁ ଏହି ଭୂତାଣୁ ସମ୍ପର୍କରେ ସଚେତନ କରାଇବାକୁ ଆଗେଇ ଆସିଛି ବରୀ ପୋଲିସ ।

ପଦଯାତ୍ରା କରି କୋରୋନା ସଚେତନ କରାଇଲା ବରୀ ପୋଲିସ
ପଦଯାତ୍ରା କରି କୋରୋନା ସଚେତନ କରାଇଲା ବରୀ ପୋଲିସ

ବରୀ ରାମଚନ୍ଦ୍ରପୁର ଥାନା ଅଧିକାରୀ ମାର୍କଣ୍ଡ ମିଶ୍ରଙ୍କ ନେତୃତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରୀ ପୋଲିସ ପଦଯାତ୍ରା କରି ହାତରେ ଫ୍ଲା କାର୍ଡ ଧରି ଲୋକମାନଙ୍କୁ ସାମାଜିକ ଦୂରତା ମାନିବା, ମାସ୍କ ପିନ୍ଧିବା ଏବଂ ହାତକୁ ଧୋଇବା ଦ୍ବାରା କୋରୋନା ମହାମାରୀକୁ ଦୂରେଇ ପାରିବା ବୋଲି ସଚେତନ କରିଥିଲେ ।

ତେବେ ବରୀ ପୋଲିର ଏହି ସଚେତନତା ପଦଯାତ୍ରା ବରୀ ପେଟ୍ରୋଲ ପମ୍ପଠାରୁ ବାହାରି ମାଉଣ୍ଟ ବଜାରରେ ପହଞ୍ଚିଥିଲା । ସେପଟେ କୋରୋନା ନେଇ ପୋଲିସର ଏଭଳି ସଚେତନତା କାର୍ଯ୍ୟକ୍ରମକୁ ଜନସାଧାରଣ ପ୍ରଶଂସା କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details