ଯାଜପୁର:ମା ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ଏନେଇ ମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଗତ ରବିବାର ଦିନ କଣ୍ଠଶିଳ୍ପୀ ତାରିକ ଅଜିଜ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଆସିଥିଲେ । ଏହି ଅବସରରେ ସେ ମନ୍ଦିରକୁ ଯାଇ ମା ଙ୍କ ଦର୍ଶନ କରିଥିଲେ । ଏ ନେଇ କଣ୍ଠଶିଳ୍ପୀ ତାରିକ ନିଜେ କେତେକ ଫଟୋକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ସାମ୍ନାକୁ ଆସିଥିଲା ଏହି ଘଟଣା । ଏନେଇ ଆଜି ଏହାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହିନ୍ଦୁ ମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ବାରଣ ଥାଇ କିଭଳି ସେ ପ୍ରବେଶ କଲେ ତାକୁ ନେଇ ଉଠିଛି ପ୍ରଶ୍ନ ।
ତେବେ ଘଟଣା ବିଷଶୟରେ ଜଣାପଡିବା ପରେ ଆଜି ମାଙ୍କ ପୀଠକୁ କରାଯାଇଛି ସୋଧନ । ଏନେଇ ଏହି ସମୟରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥିଲା । ଅନ୍ୟପଟେ ବିରଜା ବାହିନୀଙ୍କ ସମେତ କେତେକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରି ତୁରନ୍ତ ତାରିକ ଅଜିଜଙ୍କୁ ଗିରଫ କରିବାକୁ ଦାବୀ କରାଯାଇଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଏ ତା ହେଲେ ବିରଜା ବାହିନୀ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।